ଲାଞ୍ଜିଗଡ଼: ବାରମ୍ବାର ଲୋକଙ୍କ ଅଭିଯୋଗକୁ ଅଣଦେଖା କରିବା ତଥା ଲୋକଙ୍କ ଦାବି ଏବଂ ଅଭିଯୋଗ କୁ ବେଖାତିର କରିବା ବେଦାନ୍ତ କମ୍ପାନୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଆଜି ସକାଳୁ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡର ଅବହେଳା ଏବଂ ସ୍ଥାନୀୟ ଅଞ୍ଚଳ ପ୍ରତି ବୈମାତୃକ ମନୋଭାବକୁ ନେଇ ଲାଞ୍ଜିଗଡ଼ ବ୍ଲକ୍ ସ୍ଥିତ ଗୋପିନାଥପୁର ଗ୍ରାମବାସୀ ରେଳ ଧାରଣାରେ ବସିଛନ୍ତି। ରେଳ ଧାରଣା ଅବରୋଧ କରି ବେଦାନ୍ତ କମ୍ପାନୀର ରେଳକୁ ଅଟକାଇ ଦେଇଥିବା ବେଳେ ଗୋପିନାଥପୁର ବାସିନ୍ଦାଙ୍କ ଧାରଣା ଏବେ କମ୍ପାନୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏପଟେ କମ୍ପାନୀ କତୃପକ୍ଷ ଲୋକଙ୍କୁ ବୁଝାଇ ଶୁଝାଇ ନାକେ ଦମ ହୋଇ ପଡିଲେଣି। ଗୋପିନାଥପୁର ଗ୍ରାମବାସୀ ସ୍ଥାନୀୟ ନିଯୁକ୍ତି ସେମାନଙ୍କୁ ବିଦ୍ୟୁତ୍ ସଂଯୋଗ ଏବଂ ନିଜ ଜମିରେ ଲାଗିଥିବା ଉଠାଜଳସେଚନ ପଏଣ୍ଟ୍ କୁ କାର୍ଯ୍ୟକ୍ଷମ କରିବା ପାଇଁ ବିଦ୍ୟୁତ ଯୋଗାଣରେ ଥିବା ତୃଟିକୁ ସୁଧାରିବା ଦାବି କରିଆସିଛନ୍ତି। କିନ୍ତୁ କମ୍ପାନୀ ପକ୍ଷରୁ ଏହାକୁ ବାରମ୍ବାର ଅଣଦେଖା କରାଯାଇଥିବାରୁ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଆଜି ଏହାକୁ ନେଇ ଗୋପିନାଥପୁର ଗ୍ରାମବାସୀ ଧାରଣାରେ ବସିଛନ୍ତି। ଅନ୍ୟପକ୍ଷରେ ସରକାରୀ କଳ ଓ ବାହୁବଳକୁ ପାଥେୟ କରି ବେଦାନ୍ତ କମ୍ପନୀ ସରକାରୀ ନୀତି ନିୟମ ବହିର୍ଭୁତ କାର୍ଯ୍ୟ କରୁଛି। ଅତିଶିଘ୍ର ଏସବୁର ଗୁମର ଖୋଳାଯିବ ବୋଲି ନିଜ ନାମ ଗୋପନ ରଖି ଅନେକ ଲୋକ ମତ ପ୍ରକାଶ କରିଛନ୍ତି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in