ଦିନିକିଆ ଗୋଲାମୁଣ୍ଡା ବ୍ଲକ ଗସ୍ତରେ କଳାହାଣ୍ଡି ଜିଲ୍ଲାପାଳ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ) : ଆଜି କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭଲି ପରାଗ ହର୍ସଦ ଦିନିକିଆ ଗୋଲାମୁଣ୍ଡା ଗସ୍ତ କରିଥିଲେ। ପ୍ରଥମେ ଗୋଲାମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରକୁ ଯାଇ ବିଦ୍ୟାଳୟ ପରିଶରରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଉକ୍ତ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ କରିବାକୁ ଘୋଷଣା କରିଛନ୍ତି । ବିଦ୍ୟାଳୟ ମଧ୍ୟରେ ଥିବା ଶ୍ରେଣୀ ଗୃହକୁ ଅତ୍ୟାଧୁନିକ ରୂପ ଦିଆଯାଉଥିବା ବେଳେ ବିଦ୍ୟାଳୟ ଶ୍ରେଣୀ ଗୃହ ସବୁ ବୁଲି ଦେଖିଥିଲେ ।ସାନଚେରଗାଁଠାରେ ଥିବା କୃଷ୍ଣ ନାଗଙ୍କ ବଗିଚାକୁ ଯାଇ ତାଙ୍କ ଚାଷ କାର୍ଯ୍ୟ ଦେଖିଥିଲ । ତାଙ୍କ ବଗିଚାରେ ବର୍ତ୍ତମାନ ସମୟରେ ଚାଲିଥିବା ଲଙ୍କା, କଦଳୀ, କଲରା ଚାଷ ସବୁ ବୁଲି ଦେଖିଥିବା ବେଳେ ମତ୍ସ୍ୟ ଓ କୁକୁଡା ଚାଷକୁ ମଧ୍ୟ ବୁଲି ଦେଖିଥିଲେ। ଆଗାମୀ ଦିନରେ ଉକ୍ତ ବଗିଚାପାଇଁ ସରକାରୀ ସ୍ଥରରେ ଯଥା ସମ୍ଭବ ସାହାର୍ଯ୍ୟ ପ୍ରଦାନ କରାଯିବ ବୋଲି କହିଥିଲେ।

Omkar Vasthu
Omkar Vasthu


ଫରଙ୍ଗ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର ସ୍ମର୍ଟ ସ୍କୁଲ କରିବାକୁ ଘୋଷଣା କରିଥିବା ବେଳେ ଉକ୍ତ ବିଦ୍ୟାଳୟ ପରିସରକୁ ଯାଇ ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ ଜିଲ୍ଲାପାଳ। ଉକ୍ତ ସମୟରେ ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ, ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ, କନିଷ୍ଠ ଯନ୍ତ୍ରୀ କରୁଣାକର ମୁର୍ମ୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.