କନକେଶ୍ୱରି ପୀଠରେ ଜନ୍ମାଷ୍ଟମୀ ପାଳିତ

କଟକ, ୩୧|୮ (ଚକ୍ରବର୍ତ୍ତୀ ଓତା): ଏକ ଭକ୍ତିମୟ ପରିବେଶ ମଧ୍ୟରେ କଟକ ସଦର ଉପକଣ୍ଠ କନ୍ଦରପୁର କନକେଶ୍ୱରି ମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ପର୍ବ ପାଳିତ ହୋଇଯାଇଛି। ପଣ୍ଡିତ ବିଶ୍ୱରଂଜନ କରଙ୍କ ଦ୍ଵାରା ଯଥାବିଧି ପୂଜା ଅର୍ଚ୍ଚନା କରାଯାଇଥିବାବେଳେ ଗ୍ରାମର ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ। ଅମରଦୀପ କ୍ଲବର ସଭାପତି ଅଜୟ ପ୍ରଧାନ, ସମ୍ପାଦକ ଦୀପକ ସାହୁ, ହେମନ୍ତ ପ୍ରଧାନ, ପ୍ରିୟରଞ୍ଜନ ରାଉତ, ଜ୍ୟୋତି ରଞ୍ଜନ ପ୍ରଧାନ, କାଳନ୍ଦୀ ସାହୁ, ଲକ୍ଷ୍ମୀଧର ପ୍ରଧାନ, ରୋଷନ ସାହୁ, ପ୍ରତାପ ରାଉତ, ନିରଞ୍ଜନ ବେହେରା, ଜିତେନ୍ଦ୍ର ସାହୁ, ସରୋଜ ମିଶ୍ର, ଅଭିଜିତ ଓତା, ଶୁଭକାନ୍ତ ଓତା, ସୌମ ରଞ୍ଜନ ପଟ୍ଟାୟକ ପ୍ରମୁଖ ଉପସ୍ଥିତି ରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.