ମହାଲିଙ୍ଗ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପରଲୋକ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ କାର୍ତ୍ତିକ ପଟେଲ ରବିବାର ସକାଳେ ମହାଲିଙ୍ଗ ସ୍ଥିତ ନିଜ ବାସଭବନରେ ଇହଲିଳା ସମ୍ବରଣ କରିଛନ୍ତି । ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କର ପୁତ୍ର ରୁମାଞ୍ଚଲ ପଟେଲ ତିନି ନାତି ନିଧି ପଟେଲ, ତରୁଣ ପଟେଲ ଓ ପ୍ରକାଶ ପଟେଲ ତଥା ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ପୁତ୍ର ରୁମାଞ୍ଚଲ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ଶ୍ରୀ ପଟେଲ ୨୦୦୨ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ମହାଲିଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚ ଭାବରେ ରହି ଅନେକ ବିକାଶମୁଖୀ କାର୍ଯ୍ୟ କରିଥିଲେ । ସେ ମହାଲିଙ୍ଗ ବିଜ୍ଞାନ କଲେଜର ପ୍ରତିଷ୍ଠାତା ସଦସ୍ୟ ଥିଲେ । ତାଙ୍କର ପରଲୋକରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ, କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ବିଜେଡି ସଂପାଦକ ତଥା ଆତ୍ମା କମିଟି ଅଧ୍ୟକ୍ଷ ଇଂ. ଦିନେଶ କୁମାର ରାଉତ, କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ପ୍ରତିନିଧି ଦିନେଶ ବଗର୍ତ୍ତି, ଏସସି,ଏସଟି ଓ ଓବିସି ସମନ୍ୱୟ ସମିତି ସଭାପତି ବିନ୍ଦୁ ମହାନନ୍ଦ, ମହାଲିଙ୍ଗ ସରପଞ୍ଚ ସୁଶାନ୍ତ ସାହୁ, ମହାଲିଙ୍ଗ ବିଜ୍ଞାନ କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.