କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଘଡେଇ ଆବାସିକ ଅନୁଷ୍ଠାନ ପରିସର ମଧ୍ୟରେ ଏକ ବିରଳ ସର୍ପ ଉଦ୍ଧାର ହୋଇଛି। ପରିସର ମଧ୍ୟରେ ଗଣେଶ ପୂଜା ବିସର୍ଜନ ଚାଲୁଥିବା ସମୟରେ ବିରଳ ସର୍ପଟି ଏହି ଅନୁଷ୍ଠାନର ଇଂରାଜୀ ଅଧ୍ୟାପକ ହରିହର ପଟ୍ଟନାୟକଙ୍କ ଗୃହ ସମୀପରୁ ଉଦ୍ଧାର ହୋଇଅଛି।
ଏହି ସର୍ପଟିକୁ କାବୁ କରିବାକୁ ଅନୁଷ୍ଠାନର ଅଧ୍ୟକ୍ଷ ତଥା ସଂଗଠକ ୟୁ. କୋଟେଶ୍ୱର ରାଓ, ଅଧ୍ୟାପକ ହରିହର ପଟ୍ଟନାୟକ, ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ପ୍ରମୁଖ ହାତ ବଢ଼େଇଥିଲେ। କିନ୍ତୁ ସର୍ପ ଟିକୁ ଉଦ୍ଧାର ନ କରି ପାରି ସହରର ସ୍ନେକ୍ ହେଲ୍ପ ଲାଇନ୍ ର ସଦସ୍ୟ ପିଣ୍ଟୁ ମଲ୍ଲିକଙ୍କୁ ଯୋଗାଯୋଗ ଚାହିଁଥିଲେ। ପିଣ୍ଟୁ ତୁରନ୍ତ ଅନୁଷ୍ଠାନକୁ ଆସି ଏହି ସର୍ପଟିକୁ ଉଦ୍ଧାର କରିଥିଲେ। ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସାଧୁବାଦ ପ୍ରଦାନ କରାଯାଇଛି।