ଶ୍ରମିକ ମହାସଂଘର ପ୍ରସ୍ତୁତି ବୈଠକ: ପୁଣି ଘେରାଓ ହେବ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ

● ଦାନା ବାନ୍ଧୁଛି ଶ୍ରମିକ ଅସନ୍ତୋଷ

● ଜିଲ୍ଲାକୁ ଦାଦନ ମୁକ୍ତ କରିବା ସହ ଉଠିଲା ବିଭିନ୍ନ ଦାବୀ

ନୂଆପଡା: ଖରିଆର ରୋଡ଼ ଏନ୍ଏସି ସ୍ଥିତ ସାହୁ ସମାଜ ଭବନ ଠାରେ ଜିଲ୍ଲା ଶ୍ରମିକ ମହାସଂଘର ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶ୍ରମିକ ମହାସଂଘର ବରିଷ୍ଠ ନେତା ସୁଖଦେବ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପୂର୍ବ ପ୍ରସ୍ତୁତି ବୈଠକରେ ଜିଲ୍ଲା ଶ୍ରମିକ ସଂଘ ର ସମସ୍ତ କର୍ମକର୍ତା ଓ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ଜିଲ୍ଲା ଶ୍ରମିକ ସଂଘର ବରିଷ୍ଠ ସଦସ୍ୟ ଭକ୍ତବନ୍ଧୁ ଧରୁଆଏହି ବୈଠକଟିକୁ ପରିଚାଳନା କରିଥିବାବେଳେ ଜିଲ୍ଲା ଶ୍ରମିକ ସଂଘ ଆବାହକ ଯଦୁମଣି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ।


ନୂଆପଡା ଜିଲ୍ଲାରେ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଏହି ବୈଠକରେ ଆଲୋଚନା କରାଯାଇଥିବା ବେଳେ ବାରମ୍ବାର ଏହି ଦିଗରେ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲାପାଳ ଏବଂ ଶ୍ରମ ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ବି ସୁଫଳ ମିଳି ନ ଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଛି। ତେଣୁ ଆସନ୍ତା ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଏକ ବିରାଟ ଆନ୍ଦୋଳନ କରିବା ପାଇଁ ସ୍ଥିତ କରାଯାଇଛି। ଜିଲ୍ଲାର ଶ୍ରମ କାର୍ଯ୍ୟାଳୟକୁ ସଦର ମହକୁମାକୁ ସ୍ଥାନାନ୍ତର କରିବା, ଶ୍ରମ କାର୍ଯ୍ୟାଳୟରେ ଖାଲି ଥିବା ପଦବୀ ଗୁଡିକୁ ପୂରଣ କରିବା, ମନରେଗା ଶ୍ରମିକ ମାନଙ୍କ ବକେୟା ଥିବା ପାଉଣା ପାଇଠ କରିବା, ଜିଲ୍ଲାକୁ ଦାଦନ ମୁକ୍ତ କରିବା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବା ଭଳି ବିଭିନ୍ନ ଦାବୀ ଗୁଡିକୁ ପୂରଣ ଏ ଯାଏଁ ପ୍ରଶାସନ କରିପାରି ନାହିଁ। ଅନ୍ୟ ପଟେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଧିକାରୀ ଏବଂ କର୍ମଚାରୀ ଅଭାବରୁ ଶହ ଶହ ଶ୍ରମିକ ପଞ୍ଜିକରଣ କରିପାଉନାହାନ୍ତି, ନବୀକରଣ କରି ପାରୁ ନାହାନ୍ତି ଏବଂ ସାମାଜିକ କଲ୍ୟାଣ ଯୋଜନାରୁ ବଂଚିତ ହେଉଥିବାର ଦେଖିବାର ନଜିରରେ ଆସିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ନିଜେ ଅନୁଭବ କରିଥିବାର ନିଜ ବକ୍ତବ୍ୟ ରେ ମତ ପ୍ରକାଶ କରିଛନ୍ତି।


ଏହାର ସ୍ଥାୟୀ ସମାଧାନ ପାଇଁ ଶ୍ରମିକ ସଂଘ ଲଢେଇ କରିବ ବୋଲି ଏହି ପୂର୍ବ ପ୍ରସ୍ତୁତି ବୈଠକଟିରେ ସ୍ଥିର ହୋଇଛି। ଆଜିର ଏହି ବୈଠକରେ ଜ୍ଞାନ ରଞ୍ଜନ ସାହୁ, ଘନଶ୍ୟାମ ପାଣ୍ଡେ, ଅନିରୁଦ୍ଧ ନାଗ, ବାବୁଲାଲ ମାଝୀ, ଲାଭ ମାଝୀ, ଟିକେଶ୍ୱର ପାଣ୍ଡେ, ଛବିରାମ ମାଝୀ, ବଳଧର କେତକୀ, ବଟକୃଷ୍ଣ ରଣା, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଜ୍ୟୋତି ପ୍ରକାଶ ବିଶି ପ୍ରମୁଖ ତଥା ଶ୍ରମିକ ସଂଘର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.