ସଫେଇ କର୍ମଚାରୀଙ୍କୁ ସମ୍ମାନିତ କଲା ନୂଆପଡା ମାରୱାଡି ଯୁବ ମଞ୍ଚ

ନୂଆପଡା: ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ନୂଆପଡା ମାରୱାଡି ଯୁବ ମଞ୍ଚ ତରଫରୁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରଯାଇଛି। ମାରୱାଡି ଯୁବ ମଞ୍ଚ ଓଡିଶା ଶାଖା ପକ୍ଷରୁ ଏକ ଦିନରେ ଏକା ଠାରେ ୭୦ ରୁ ଅଧିକ ଶାଖାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା। ସେହି କ୍ରମରେ ନୂଆପଡା ଶାଖା ତରଫରୁ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି।


ନୂଆପଡା ମାରୱାଡି ଯୁବ ମଞ୍ଚ ସଭାପତି ସୌରଭ ଜୈନଙ୍କ ଅଧକ୍ଷତାରେ ଆୟୋଜିତ ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଗ୍ରୱାଲ ସମାଜ ନୂଆପଡା ସଭାପତି ତଥା ବିଶିଷ୍ଠ ସମାଜସେବୀ ସୁରେଶ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ପୂର୍ବତନ ନୂଆପଡା ଯୁବ ମଞ୍ଚ ସଭାପତି ବିଷ୍ଣୁ ଗୁପ୍ତା, ଅଗ୍ରୱାଲ ସମାଜ ବରିଷ୍ଠ ସଦସ୍ୟ ମନୋଜ ଅଗ୍ରୱାଲ, ଯୁବ ମଞ୍ଚ ସମ୍ପାଦକ ଆୟୁଷ ଜୈନ, ସହ ସମ୍ପାଦକ ବିକାଶ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।


ଯୁବା ମଞ୍ଚ କାର୍ଯ୍ୟକ୍ରମ ପରିଚାଳକ ଗିତେଶ ଜୈନ ଏହି କାର୍ଯ୍ୟକ୍ରମ ଟି କୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ସଫେଇ କର୍ମଚାରୀ ତଥା ସିନିୟର ସୁପରଭାଇଜାର ରଘୁନାଥ ସାହୁ, ଜୁନିଅର ସୁପର ଭାଇଜାର କୁଲଦୀପ ଗୌଡ଼, ଅଜୟ ସତନାମୀ ରତନ ଲାଲ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ସଫେଇ କର୍ମଚାରୀଙ୍କ ସେବା ମନୋଭାବ ଏବଂ କୋଭିଡ୍ ଭଳି ମହାମାରୀରେ ମଧ୍ୟ ଆଗଧାଡିର ଯୋଦ୍ଧା ଭାବେ ଅହରହ କାର୍ଯ୍ୟ କରି ଏକ ଉଦାହରଣ ପାଲଟିଥିବାରୁ ମାରୱାଡି ଯୁବ ମଞ୍ଚ ସେମାଙ୍କୁ ଧନ୍ୟବାଦ ଜଣାଇବା ସହିତ ସମ୍ମାନିତ କରିଛି ବୋଲି ସଭାପତି ଶ୍ରୀ ଜୈନ ମତ ପ୍ରକାଶ କରିଥିଲେ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.