କେସିଙ୍ଗା ବ୍ଲକ ସ୍ଥରୀୟ ଯାଦବ ମହାସଭା : ଯାଦବ ସଂସ୍କୃତି, ପରଂପରା ସହ ସାଂଗଠୈନିକ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ

କଳାହାଣ୍ଡି,୨୬/୨: କେସିଙ୍ଗା ବ୍ଲକ ଅନ୍ତର୍ଗତ ବୋରିଙ୍ଗପଦର ଠାରେ ବ୍ଲକ ସ୍ଥରୀୟ ନବମ ଯାଦବ ମହାସଭା ଅନୁଷ୍ଠିତ ହୋଇଯାଇଛି । ଅଭ୍ୟର୍ଥନା କମିଟି ସଭାପତି ପ୍ରଫୁଲ୍ଲ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୂଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ହରିଶଙ୍କର ବାଗ, ମୂଖ୍ୟବକ୍ତା ପୂର୍ବତନ ଜିଲ୍ଲା ସଭାପତି ଟିକଚନ ନାଗ ସମ୍ମାନିତ ଅତିଥି ଭାବେ ଉତ୍କଳ ଯାଦବ ମହାସଭା ପୂର୍ବତନ ଉପ ସଭାପତି ମହେନ୍ଦ୍ର ନାଏକ, ପୂର୍ବତନ ଜିଲ୍ଲା ସଭାପତି ସକିତ ରତେ, ଜିଲ୍ଲା ଯାଦବ ମହାସଭା ସଂପାଦକ ସଂଜୟ ଧଙ୍ଗଡାମାଝୀ, କଳାହାଣ୍ଡି ମହିଳା ସଭାନେତ୍ରୀ ଇଲା ସେଲମା,

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଗବେଷକ ସିମାଞ୍ଚଲ ନାଗ, ସର୍ବ ଭାରତୀୟ ଯାଦବ ମହାସଭା ସଦସ୍ୟ ଶିବ ହାତୀ ଓ ନନ୍ଦଲାଲ ସିଂ ଯାଦବ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା କୋଷାଧ୍ୟକ୍ଷ ଖଗେଶ୍ବର ଧଙ୍ଗଡାମାଝୀ, ଉତ୍କଳ ଯାଦବ ମହାସଭା ସଂପାଦକ କିର୍ତ୍ତନ ନାଏକ, ଜିଲ୍ଲା ଉପ ସଭାପତି ନୃପରାଜ ଯାଦବ, ଦୂଲ୍ଲଭ ମାହାର, କେସିଙ୍ଗା ବ୍ଲକ ସଭାପତି ପାନ୍ନାଲାଲ ବେମାଲ, ଗୋଲାମୁଣ୍ଡା ସଭାପତି ଗିରିଧାରୀ ତେଜି, ସଦର ବ୍ଲକ ସଭାପତି ଲିଙ୍ଗରାଜ ବେହେରା, ଲାଞ୍ଜିଗଡ ସଭାପତି ରଘୁବୀର ନାଗ, ଜୁନାଗଡ ସଭାପତି ପ୍ରେମାନନ୍ଦ ଘି,

Pearl dental clinic
Near Ashish Medical Store, Bhawanipatna

ଜୁନାଗଡ ପୌରାଞ୍ଚଳ ପୂର୍ଣ୍ଣଚନ୍ଦ୍ର ଭାଟି, ନର୍ଲା ସଭାପତି ଯୁଧିଷ୍ଟିର ଗଉଡ, ଥୁ.ରାମପୁର ସଭାପତି ଶଙ୍କର ହଂସ, କୋକସରା ସଭାପତି ବିନୋଦ ରାଉତ, କଲମପୁର ସଭାପତି କୃଷ୍ଣ ସିଂ ଲହଜଲ, ଧର୍ମଗଡ ସଭାପତି ଶଙ୍କର ଜୁଏଡ, ଉପ ସଭାପତି ନରେନ୍ଦ୍ର ବାଗ ପ୍ରମୂଖ ଉପସ୍ଥିତ ରହି ସାମାଜିକ ଦିଗ ଉପରେ ଆଲୋକପାତ କରିବା ସହ ସମାଜକୁ ସୁଦୃଢ କରିବା ପାଇଁ ମାର୍ଗ ଦର୍ଶନ ଦେଇଥିଲେ ।

Udyog Nursery
Udyogi Nursery

ଯାଦବ ସଂସ୍କୃତିର ପରିଷର ବିଶାଳ ଏହା ସମଗ୍ର ମାନବ ଜାତିକୁ ଆପଣେଇ ନେବାର ଦକ୍ଷତା ରଖେ । ଅତିତରେ ଯଦୁ ବଂଶୀ ମାନେ ସମଗ୍ର ଆର୍ଯ୍ୟବର୍ତ୍ତକୁ ଶାସନ କରୁଥିଲେ । ଏହି କୂଳରେ ଭଗବାନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ସମୟର ପଟ୍ଟ ପରିପର୍ତନ ଯୋଗୁ ଏହି ବିଶାଳ ଯାଦବ କୂଳ ଆଜି ଅର୍ଥନୈତିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ପଛରେ ପଡିଯାଇଛି । ସମାଜକୁ ସୁସଂଗଠିତ କରିବାର ଲକ୍ଷ ନେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଯାଦବ ସମିତି ବୈଠକ ସବୁ ଅାୟୋଜିତ ହେଉଛି ।

୧୯୨୪ରେ ପ୍ରତିଷ୍ଠିତ ହୋଇଥିବା ସର୍ବ ଭାରତୀୟ ଯାଦବ ମହାସଭା (All India Yadav Mahasabha) ଓ ଉତ୍କଳ ଯାଦବ ମହାସଭା ସହ ସଂଯୁକ୍ତ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଂଗଠୈନିକ କ୍ଷେତ୍ରରେ ଦୃତଗତିରେ ଆଗକୁ ବଢୁଥିବା ସମୟରେ ବ୍ଲକ ଯାଦବ ସମିତି ଏବଂ ତୃଣମୂଳ ସ୍ଥରରେ ଆଞ୍ଚଳିକ ସମିତି ସବୁ କାର୍ଯ୍ୟକରି ଯାଦବ ସଂସ୍କୃତିର ପ୍ରଚାର ପ୍ରସାର ସହ ସମାଜର ବହୁବିଧ ଉନ୍ନତି କରି ସମାଜ ସଂଗଠନକୁ ଅଧିକ ସୁଦୃଢ କରୁଛନ୍ତି ।

ପ୍ରାରମ୍ଭରେ ଅମ୍ବାଜୀ ମନ୍ଦିର ଠାରୁ ସଭାମଞ୍ଚ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଯାଦବ ମାନେ ଆସିବାପରେ ଯଦୁକୁଳ ତିଳକ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚନା କରାଯାଇଥିଲା । ସଭାରେ ଆମନ୍ତ୍ରୀତ ଅତିଥି ମାନଙ୍କୁ ସମ୍ମାନିତ କରିବା ସହ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ସାଧାରଣ ସଂପାଦକ ଲିଙ୍ଗରାଜ ବେହେରା, ଉପ ସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ସନ୍ତୋଷ ବାଗ, ଧର୍ମଗଡ ଯୁବ ଯାଦବ ସଭାପତି ଲବଣୀ ରାଉତ, କେସିଙ୍ଗା ବ୍ଲକ ଯୁବ ଯାଦବ ସଭାପତି ଅଶୋକ ପୋଢ, ବଲାଂଗିର ଜିଲ୍ଲାର ଯୁବ ଯାଦବ ସଂଦିପ ବାଗ, ଜୟଦେବ ଜାଲ, ବିନୋଦ କାଲସାଏ ଓ କୃଷ୍ଣ ଚନ୍ଦ୍ର ବଗର୍ତିଙ୍କୁ ସମ୍ବର୍ଧିତ କରାଯାଇଥିଲା ।

ସେହିପରି ଭାବରେ ବିଖ୍ୟାତ କଣ୍ଠଶିଳ୍ପୀ ତଥା ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ ଲୋକ କଲାକାର ସର୍ବେଶ୍ବର ଭୋଇ ଓ ଯୁବ ଫେଲୋସିପ ପ୍ରାପ୍ତ ଘୁମୁରା କଳାକାର କମ୍ବୁପାଣି ବାଗ, ବାଉଁଶ ଶିଳ୍ପୀ ତଥା ଶିକ୍ଷାବିତ ମକଲିଙ୍ଗ ଗହୀରଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । କେସିଙ୍ଗା ବ୍ଲକ ଯାଦବ ସମିତି ଉପ ସଭାପତି ଘନଶ୍ୟାମ ଗହୀର ମଞ୍ଚ ପରିଚାଳନା କରିଥିବାବେଳେ କାର୍ଯ୍ୟକରୀ ସଭାପତି ଦୟାସାଗର ନାଏକ ବିବରଣୀ ପଠନ କରିଥିଲେ ।

କେସିଙ୍ଗା ବ୍ଲକ ଯାଦବ ସମିତି ଉପ ସଭାପତି ବିକ୍ରାନ୍ତ ବାଗଙ୍କ ସହ ବ୍ଲକ କାର୍ଯ୍ୟକର୍ତ୍ତା ପୁରୁଷୋତ୍ତମ ନାଏକ, ଜଗବନ୍ଧୁ ନାଏକ, ନରୋତ୍ତମ ଭାଟି, ପ୍ରସାନ୍ତ ପୋଢ, ଲୋକନାଥ ଗଉଡଙ୍କ ସହ କେସିଙ୍ଗା ବ୍ଲକର ୨୦ଟି ଆଞ୍ଚଳିକ ସମିତିର କାର୍ଯ୍ୟକର୍ତା ଓ ଯାଦବ ବନ୍ଧୁ ମାନେ ସହଯୋଗ କରିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ଲୋଚନ ପୋଢ, ଲିଙ୍ଗରାଜ ବେହେରା, ଲବଣୀ ରାଉତ ଓ ପଶ୍ଚିମ ଓଡିଶା ବ୍ୟୁରୋ ରାମନାରାୟଣ ବାଗଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.