ମାଟିର ସ୍ୱର ପକ୍ଷରୁ କବିତା ଆସର ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ସ୍ଥିତ ସାମାଜିକ ସଂଗଠନ ‘ମାଟିର ସ୍ୱର’ ପକ୍ଷରୁ ‘ପରିବାର’ ଶୀର୍ଷକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଦେଷ୍ଟା ତଥା ବରିଷ୍ଠ ସାହିତ୍ୟିକ ପ୍ରଫୁଲ୍ଲ ମିଶ୍ର, ସମୀକ୍ଷକ,ସ୍ତମ୍ଭକାର ତଥା ସାମ୍ବାଦିକ ସୂର୍ଯ୍ୟମଣି ମିଶ୍ର, ବିଚାରକ ବରିଷ୍ଠ ସାହିତ୍ୟିକ ତଥା ବିପ୍ଲବୀ କବି ପ୍ରଫୁଲ୍ଲ କୁମାର ମାଝୀ, ସଂଯୋଜକ ପ୍ରଭାତ କୁମାର ସାହୁ ପ୍ରମୁଖ ଯୋଗଦେଇ ୩୫ ଜଣ ଶ୍ରେଷ୍ଠ ସାରସ୍ୱତ ସ୍ରଷ୍ଟାଙ୍କୁ ରାଜ୍ୟ ସ୍ତରୀୟ ସାରସ୍ୱତ ଉତ୍ତରଣ ଅଭିଯାନ ‘ଆହ୍ୱାନ’ର ସେପ୍ଟେମ୍ବର ମାସ କବିତା ଆସର ‘ପରିବାର’ ଶୀର୍ଷକ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିବାରୁ ଏକ ପ୍ରେରଣା ପତ୍ର ତଥା ମାନପତ୍ର ଦେଇ ଉତ୍ସାହିତ କରିଥିଲେ। ଏହି ସାରସ୍ୱତ ସ୍ରଷ୍ଟାଙ୍କ ମଧ୍ୟରେ ବ୍ରହ୍ମପୁରରୁ ବନ୍ଦନା ମିଶ୍ର, କଟକରୁ ଶିବବ୍ରତ ନାଥ, ଜୁନାଗଡ଼ରୁ ପ୍ରିୟଦର୍ଶିନୀ ମିଶ୍ର, କୋରାପୁଟରୁ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, ଭଞ୍ଜନଗରରୁ ଡ଼ଃ ନଳିନୀପ୍ରଭା ଦାସ, ମୁମ୍ବାଇରୁ ବି. ସତ୍ୟମ ଅଚାରୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.