ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର

ଲାଞ୍ଜିଗଡ଼: ବିଶ୍ଵନାଥପୁର ଶିବମନ୍ଦିର ନିକଟ ଆରଡି ରାସ୍ତା ଉପରେ ଏକ ଅଜଣା ଗାଡ଼ି ଧକ୍କାରେ ବନ୍ଧପାରୀ ଗାଁର ନରୋତ୍ତମ ହରପାଲ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ନରୋତ୍ତମ ଏକ ବାଇକରେ ନିଜ ଗାଁ ବନ୍ଧପାରୀକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ତାଙ୍କୁ ବିଶ୍ଵନାଥପୁର ଶିବମନ୍ଦିର ନିକଟରେ ଧକ୍କା ଦେଇ ପଳାଇ ଯାଇଥିଲା। ତେବେ ଗୁରୁତର ଆହତ ହୋଇ ସେ ରାସ୍ତା କଡ଼ରେ ପଡ଼ିଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡିଛି।

ଲାଞ୍ଜିଗଡ଼ରୁ ଦୁଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.