ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ: ଅଷ୍ଟମ ଦିନରେ ଗଣଧାରଣା

● ସାମିଲ ହେଲେ ଓକିଲ ସଂଘ ତଥା ସବଡ଼ିଭିଜନ ମିଳିତ କ୍ରିୟାନୁଷ୍ଠାନ କମିଟୀ

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବି ଆଜି ଅଷ୍ଟମ ଦିନରେ ପହଂଚିଛି । ଆଜିର ଗଣଧାରଣାରେ ମ.ରାମପୁର ଓକିଲ ସଂଘ ତଥା ସବଡ଼ିଭିଜନ ମିଳିତ କ୍ରିୟାନୁଷ୍ଠାନ କମିଟୀ ସାମିଲ ହେଇଥିଲେ । ଏଥିରେ ଓକିଲ ସଂଘ ତଥା କ୍ରିୟାନୁଷ୍ଠାନ କମିଟୀ ସଭାପତି ବରିଷ୍ଠ ଆଇନଜିବୀ ଜୟ କୁମାର ସିଂହଦେଓ, ସଂପାଦକ ଯତିନ କୁମାର ସାହୁ ଯୋଗଦେଇ ଏହା ଆମର ନାଯ୍ୟ ଦାବୀ ଏବଂ ଦଳ, ଗୋଷ୍ଠୀ ନିର୍ବିଶେଷ ତଥା ନିର୍ବିବାଦରେ ଆମେ ସମସ୍ତେ ଆମର ହକପାଇଁ ଲଢେଇ କରିବା ଏବଂ ଏହି ଗଣଧାରଣାର ଶେଷ ଯାଏଁ ମ.ରାମପୁର ଓକିଲ ସଂଘ ତଥା ସବଡ଼ିଭିଜନ ମିଳିତ କ୍ରିୟାନୁଷ୍ଠାନ କମିଟୀ ସହଯୋଗ କରିବ ବୋଲି କହିଥିଲେ । ଆଜି ଅଷ୍ଟମ ଦିନରେ ମ.ରାମପୁର ବ୍ଲକ ମୋହନଗିରୀ ପଂଚାୟତବାସୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଂଗ୍ରାମ ମଂଚ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ଆନ୍ଦୋଳନର ମୁଖ୍ୟ ପୁରୋଧା ବିଭୂତି ଭୂଷଣ ମହାଖୁଡ଼ଙ୍କ ସମେତ ଆଜି ଓକିଲ ସଂଘ ଉପସଭାପତି ବରିଷ୍ଠା ଆଇନଜୀବି ସପନ କୁମାର ପଟ୍ଟାନୟକ, ସରପଂଚ ଚିତ୍ତରଂଜନ ବାଗ, ସରପଂଚ ସଂଘ ସଂପାଦକ ରମେଶ ସାହୁ, ଦେବେଶ ମାଧବ ସିଂହଦେଓ, ସରପଂଚ ସଂଘ ସଭାପତି କାମଦେବ ସାହୂୁ, ରୋମାଂଚ ସାହୁ, ସତ୍ୟ ନାରାୟଣ ସାହୁ,

Udyog Nursery
Udyogi Nursery

ଭବାନୀ ପ୍ରସାଦ ସାହୁ, ସତ୍ୟଜିତ ଚାଟାର୍ଜୀ, ଲଳିତ କୁମାର ମହାଳିକ, ବସନ୍ତ ଭୋଇ, ରାଜୁ ମାଝୀ, ମହେନ୍ଦ୍ର ପାତ୍ର, ଅଗୋକୁଳାନନ୍ଦ ବିଶ୍ୱାଳ, ଶୁକଦେବ ସାହୁ, ତିର୍ଥ ରାଜ ସାହୁ, ସୁରେନ୍ଦ୍ର ଧରୁଆ, ବୈକୁଣ୍ଟ ଧରୁଆ, ଚମରା ବଗର୍ତ୍ତୀ, ଗଂଗା ପ୍ରହରାଜ, ପଦ୍ମଲୋଚନ ମିଶ୍ର, କୁବେର ବୁଡ଼େକ, ଚିନ୍ତାମଣି ଭୋଇ, ବୃନ୍ଦାବନ ପୁଟା, ଉଜ୍ଜଳ ଧରୁଆ, ସୁରେନ୍ଦ୍ର ଭୋଇ, ଲୋଚନ ଧରୁଆ, ରମେଶ ମାଝୀ, ସିଙ୍ଗମଲ ମାଝୀ, ମହେନ୍ଦ୍ର ପାତ୍ର, ପ୍ରମୁଖ ଆନ୍ଦୋଳନରେ ସାମିଲ ହେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ ମ.ରାମପୁର, କର୍ଲାମୁଣ୍ଡା, ନର୍ଲା ଅଂଚଳବାସୀଙ୍କ ତରଫରୁ ସଂଗ୍ରାମ ମଂଚର ନେତୃତ୍ୱରେ ଗତ ଦୁଇ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହେଇଛି ଏବଂ ଏହା ଚଳିତ ଅକ୍ଟୋବର ମାସବ୍ୟାପୀ ଜାରି ରହିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.