ଗାୟତ୍ରୀ ଶକ୍ତିପୀଠ ରୁପ୍ରାରୋଡରେ ନବରାତ୍ରୀ ପୂଜା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ କୋଭିଡ ଗାଇଡଲାଇନ ଅନୁସାରେ ନବରାତ୍ରୀ ପୂଜା ଆୟୋଜିତ ହୋଇଛି। ଗତ ୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଅକ୍ଟୋବର ୧୪ ପର୍ଯ୍ୟନ୍ତ ଚାଲିବ। ତେବେ ବିଗତ ବର୍ଷ ମାନଙ୍କ ପରି ଏବର୍ଷ ଭବ୍ୟ ଆୟୋଜନ ହୋଇନାହିଁ। କେବଳ ବିଧିରକ୍ଷା ପାଇଁ ଜପ ଏବଂ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ସଂପନ୍ନ ହେଉଛି। ଅନ୍ୟ ବର୍ଷ ମାନଙ୍କରେ ନବରାତ୍ରୀ ସମୟରେ ଗାୟତ୍ରୀ ଶକ୍ତିପୀଠ ଉତ୍ସବମୁଖର ହୋଇଉଠୁଥିଲା। ଯଜ୍ଞ ଓ ବିଭିନ୍ନ ସଂସ୍କାର ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହୁଥିଲା। ତେବେ ୨୦୨୦ ମସିହାରୁ କରୋନା କଟକଣା ଯୋଗୁଁ ନବରାତ୍ରୀ ସମୟରେ ଏସବୁ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। ତେଣୁ ଭକ୍ତଙ୍କ ମନରେ ନିରାଶାର ଛାୟା ଖେଳିଯାଇଛି। ଏବର୍ଷ ପରିବ୍ରାଜକ ପ୍ରେମାନନ୍ଦ ପ୍ରଧାନଙ୍କ ତତ୍ବାବଧାନରେ ନବରାତ୍ରୀ ପୂଜା ଚାଲିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.