ଭୁତିଆରବାହାଲ ଉତ୍କଳମଣି ଯୁବକ ସଂଘ ପୂଜାମଣ୍ଡପରେ ଦୁର୍ଗାପୂଜା ସମ୍ପନ୍ନ

ଭୁତିଆରବାହାଲ: ଭୁତିଆରବାହାଲ ଠାରେ ଥିବା ଉତ୍କଳମଣି ଯୁବକ ସଂଘ ପୂଜାମଣ୍ଡପ ଠାରେ ୨୮ତମ ଦୁର୍ଗାପୂଜା ଓଡିଶା ସରକାରଙ୍କ କୋଭିଡ କଟକଣା ନିୟମ ଅନୁସାରେ ଅନୁଷ୍ଠିତ ହୋଇଯାଇଛି।ସୋମବାର ସଂଧ୍ଯାରେ କଳସ ଯାତ୍ରା ବିଲ୍ୱବରଣ ଓ ଅଧିବାସ ହୋଇଥିଲା।ମଙ୍ଗଳବାର ମହାସପ୍ତମୀ, ବୁଧବାର ମହାଷ୍ଟମୀ ସଂଧ୍ଯାରେ ସନ୍ଧିପୂଜା, ଅନୁଷ୍ଠିତ ହୋଇଥିଲା। ଗୁରୁବାର ମହାଦଶମୀ ପୂଜା ଏବଂ ଶୁକ୍ରବାର ପୂର୍ଣ୍ଣାହୁତି ଯଜ୍ଞ ହୋଇଥିବା ବେଳେ ଶନିବାର ଭସାଣି ଯାତ୍ରାରେ ଦେବୀଙ୍କୁ ବିଦାୟ ଦିଆଯାଇଥିଲା। ଏହିପୂଜାରେ ସମସ୍ତ ସଭ୍ଯଙ୍କ ପାଇଁ କୋଭିଡ କଟକଣା ସୁଚାରୁ ରୂପେ ପାଳନ କରିବା ଏକ ଚ୍ଯାଲେଞ୍ଜ ସଦୃଶ ଥିଲା। କର୍ତ୍ତା ଦାୟିତ୍ବରେ ଭବାନୀ ଶଙ୍କର ଭୋଇ ଓ ତାଙ୍କ ପତ୍ନୀ ପ୍ରତିମା ଭୋଇ ଥିଲେ। ପୂଜା କମିଟୀରେ ପଞ୍ଚାନନ ଭୋଇ ସଭାପତି, କୈଳାସ ଚନ୍ଦ୍ର ଭୋଇ ସଂପାଦକ ଥିଲେ। ପୂଜାରେ ରାଜେନ୍ଦ୍ର ଶତପଥୀ ପୂଜକ ଦାୟିତ୍ବ ତୁଲାଇ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.