ସାହିତ୍ୟିକ କବି ବନ୍ଧୁ ପରିବାରର ପାର୍ବଣ ଆସର

ବାଲେଶ୍ବର: ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର” ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ପାର୍ବଣ ଆସର ଅନୁଷ୍ଠିତ ହୋଇ ଯାଇଛି। ସର୍ବପ୍ରଥମ ରମାକାନ୍ତ ମାହାଳିଙ୍କର ଓମକାର ନାଦଧ୍ଵନି, ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ଅଭିଭାଷଣ, ସମ୍ପାଦିକା ପ୍ରଣତି ମହାପାତ୍ରଙ୍କର ସମ୍ପାଦକୀୟ ତଥା ସମସ୍ତଙ୍କୁ ସୁସ୍ଵାଗତ ଅଭିଭାଷଣ ସହ ଶିବାନନ୍ଦ ବାରିକଙ୍କର ଅତିଥି ପରିଚୟ ସହ ଆସର ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସୁସାହିତ୍ୟିକା ଡ଼ଃ. ଅନୁସୂୟା ନାଥ ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ନିଜର ଚମତ୍କାର ବକ୍ତବ୍ୟରେ ଅବିଭୂତ କରି ଦେଇଥିଲେ। ତତସହିତ ଧନମାଳିରେ ଗୀତରେ ଆଭାସୀ କାର୍ଯ୍ୟକ୍ରମର ସମସ୍ତ କବି ସାହିତ୍ୟିକ ବନ୍ଧୁମାନେ ବେଶ୍ ଖୁସି ହୋଇଥିଲେ।

Omkar Vasthu
Omkar Vasthu


ରଞ୍ଜନ କୁମାର ମହାନ୍ତି ଓ ଶିବାନନ୍ଦ ବାରିକଙ୍କର ସଂଯୋଜନାରେ ପାର୍ବଣ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଷାଠିଏରୁ ଉର୍ଦ୍ଧ୍ବ କବି ଭାଗନେଇ କବିତା ମାଧ୍ୟମରେ ମାଆଙ୍କୁ ଭକ୍ତି ନୈବେଦ୍ୟ ବାଢି ଦେଇଥିଲେ। ରତିନାରାୟଣ ରାଉତଙ୍କର ଧନ୍ୟବାଦ ଅର୍ପଣ ପରେ ଗୀତାରାଣୀ ପୁରୀଙ୍କ ଶାନ୍ତିପାଠ ହୋଇଥିଲା। ଏହାପରେ ସଭାପତିଙ୍କ ଅନୁମତି କ୍ରମେ ପାର୍ବଣ କବିତା ଆସରର ପରିସମାପ୍ତି ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.