କଳାହାଣ୍ଡି, (ନରୋତ୍ତମ ସେଲମା): ମ.ରାମପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋଚ୍ଛାଡେଙ୍ଗେନ ଠାରେ କୋଭିଡ-୧୯ କଟକଣା ମଧ୍ୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି। ଦୀର୍ଘ ୧୮ ମାସରୁ ଅଧିକ ଦିନ ହେବ କୋଭିଡ-୧୯ ପାଇଁ ବିଦ୍ୟାଳରେ ଶିକ୍ଷାଦାନ ବନ୍ଦ ରହିଥିଲା। ଆଜି ବିଦ୍ୟାଳୟରେ କେବଳ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଓଡ଼ିଶା ସରକାର ନିର୍ଦେଶ ଥିଲା। ତେଣୁ ଛାତ୍ରଛାତ୍ରୀ ମାନେ ଆକୃଷ୍ଟ ହୋଇ ବିଦ୍ୟାଳୟକୁ ଆସିବା ପାଇଁ ବିଦ୍ୟାଳୟ ତରଫରୁ ପ୍ରବେଶ ଉତ୍ସବ ପାଳନ କରାଯାଇଥିଲା। ପ୍ରଥମେ ଛାତ୍ରଛାତ୍ରୀଙ୍କୁ ସାନିଟାଇଜ କରିବାସହ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ମାସ୍କ ପ୍ରଦାନ କରିଥିଲେ। ପରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପୁଷ୍ପ ଏବଂ ଚଦନ ଦେଇ ସ୍ୱାଗତ କରାଯାଇଥିଲା। ଶିକ୍ଷକ କିଶୋର ଚନ୍ଦ୍ର ଭୋଇ, କ୍ଷେତ୍ରବାସୀ ମହାପାତ୍ର ଏବଂ ଶିକ୍ଷୟିତ୍ରୀ ରେଣୁକା ନନ୍ଦ ସହଯୋଗ କରିଥିଲେ।