ହେ ମୋର ପୂଜ୍ୟ ବୀର ଯବାନ ଗଣ
ତୁମକୁ କୋଟି ଜୁହାର
ତୁମ ପାଇଁ ଆଜି ଏ ଭାରତ ମାଆ
ଝରାଉଛି ଲୁହ ଧାର ।
ଝରୁଛି ଯେ ସତେ ନୟନୁ ଲୋତକ
ସଵୁ ଜନତାଙ୍କ ନେତୁ
ଭୁଲି ହେଉନାହିଁ ରୂପ ପ୍ରତିଛବି
ମନେ ବାନ୍ଧେ ଲୁହ ସେତୁ ।
ହେ ବୀର ଯବାନ ଭୁଲିପାରିବୁନି
ତୁମ ତ୍ୟାଗ ବଳିଦାନ
ଭାରତ ଭୂଇଁ ରେ ହସି ହସି ତୁମେ
ଦେଇଦେଲ ଟିକି ଜୀବନ ।
ଭାରତ ମାଆ କୋଳେ ଶୋଇ ପଡ଼ିଲ
ଆଜୀବନ କାଳ ତୁମେ
ଢାଳିଦେଲ ରକ୍ତ ଶରୀର ବକ୍ଷରୁ
ଜୀବନର ଶେଷ ଅନ୍ତିମେ ।
ତୁମ ପାଇଁ ଆଜି ଗର୍ବିତ ମୋ ମାଆ
ଗର୍ବିତ ଏ ଦେଶବାସୀ
ଝୁରୁଛୁ ଅନ୍ତରୁ ସଭିଏଁ ତୁମକୁ
ମନୁ ହସଖୁସି ନାଶି ।
ମାଆ ଖୋଜେ କାନ୍ଦି ପୁଅ ପୁଅ ବୋଲି
ବାପା କାନ୍ଦଇ ଗୁମୁରି
ସ୍ତ୍ରୀ ପିଲାଛୁଆ ଓ ବନ୍ଧୁ ପରିଜନେ
କାନ୍ଦନ୍ତି ଯେ ଝୁରିଝୁରି ।
ପ୍ରତିଶୋଧ ନିଆଁ ଜଳେ ହୃଦୟରେ
ଵେଇମାନି ଶତ୍ରୁ ପାଇଁ
ହାରିବାନି କେବେ ତାଙ୍କ ସମ୍ମୁଖରେ
ଦେବା ପଛେ ପ୍ରାଣ ଦେଇ ।
ବଜ୍ର ଶପଥ ନେବାରେ ସଭିଏ
ଏ ଭାରତ ମାଆ ପାଇଁ
ବୀର ସହୀଦଙ୍କ ଆଶା ଓ ଆକାଂକ୍ଷା
ପୂର୍ଣ୍ଣ କରିବା ଏକ ହୋଇ ।
ହେ ବୀର ଯବାନ ଚିର ନମସ୍କାର
ତୁମ ଚରଣ କମଳେ
ସଭିଙ୍କ ମନରେ ସ୍ମୃତି ହୋଇ ସଦା
ରହିଥିଵ କାଳେ କାଳେ ।
ବୃନ୍ଦାବାହାଲ, ଗୋଲାମୁଣ୍ଡା, କଳାହାଣ୍ଡି
For latest news & views update
Click on bell button and subscribe to notifications.
Like us on facebook 👇
Subscribe us on youtube 👇