ରବି ଚାଷ ପାଇଁ ପାଣି ଦାବିରେ ମୋଟେର-ମୁଖିଗୁଡା ରାଜପଥ ଅବରୋଧ

କୋକସରା/ଜୟପାଟଣା (ହିରଣ୍ୟ ବେହେରା): ଚାଷି ଅସନ୍ତୋଷ ଏବେ ଉଗ୍ରରୂପ ଧାରଣ କରିଛି। କୃଷିକ୍ଷେତ୍ରକୁ ପାଣି ଯୋଗାଇ ଦେବାର ଦାବିନେଇ ମୋଟେର -ମୁଖିଗୁଡା ରାଜରାସ୍ତା ଅବରୋଧ କରିଛନ୍ତି ଚାଷୀ। ଚଳିତ ରବି ଋତୁ ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପ କର୍ତୃପକ୍ଷଙ୍କ ନିଷ୍ପତିରେ ଅସନ୍ତୁଷ୍ଟ ପ୍ରକାଶ କରି ୧୩ ଗୋଟି ପାଣିପଞ୍ଚାୟତର ଚାଷୀମାନେ ୨୫ କିମି ଗୁନଗୁନିଆ ଡିଷ୍ଟ୍ରିବୁଟାରୀ ପର୍ଯ୍ୟନ୍ତ ପାଣି ଦାବିରେ ରାଜରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

Omkar Vasthu
Omkar Vasthu


ଚଳିତ ବର୍ଷ ୬୩୧.୫୦ ଜଳସ୍ତର ଗଛିତ ଥାଇ ଡାହାଣ କେନାଲକୁ ସମ୍ପୂର୍ଣ ବନ୍ଦ କରାଯାଇଥିବା ବେଳେ ବାମ କେନାଲ ର ୨୫ କିମି ପର୍ଯ୍ୟନ୍ତ ଚାଷୀଙ୍କୁ ପାଣି ଦେବା ପାଇଁ ଦାବି ଜୋରଧରିଛି। ପୂର୍ବରୁ ମୁଖ୍ୟନିର୍ମାଣ ଯନ୍ତ୍ରୀ ମୂଖିଗୁଡା ଓ ନିର୍ବାହୀ ଯନ୍ତ୍ରୀ କୁସୁମଖୁଣ୍ଟି ପତ୍ର ମାଧ୍ୟମରେ ଡ୍ୟାମ ରେ ଅଳ୍ପ ପାଣି ଥିବା ଯୋଗୁଁ ୭ କିମି ପର୍ଯ୍ୟନ୍ତ ଜଲଯୋଗାଣ କରିବା ପାଇଁ ନିଷ୍ପତି ନେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.