କଳାହାଣ୍ଡି, (ନରୋତ୍ତମ ସେଲମା): ଆଜି କର୍ଲାମୁଣ୍ଡା ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳ ତରଫରୁ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଅଜିତ କୁମାର ସାହୁ ଯୋଗଦେଇ କହିଛନ୍ତି ଯେ “କେନ୍ଦ୍ର ସରକାର ଗତ ୩.୫ ବର୍ଷରେ ୭୦% ଦର ବୃଦ୍ଧି କରି ଗରିବ ଜନତା ଉପରେ ଯେଉଁ ମାଡ ମାରିଛନ୍ତି ତାହାକୁ କେବେ ଜନତା କ୍ଷମା କରିବେ ନାହିଁ। ବିଜୁ ଜନତା ଦଳ ସଦା ସର୍ବଦା ଗରିବ ଜନ ସାଧାରଣ ସହିତ ରହିଛି। ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କ ଅନୁପସ୍ଥିତିରେ ତହସିଲଦାର ବାସନ୍ତୀ ସେଠିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୁବ ନେତା ଦଳଜିତ ସିଂ, ବିଜେଡ଼ି ବ୍ଲକ୍ ସଭାପତି ସୁରେନ୍ଦ୍ର ସାହୁ, ଯୁବ ବିଜେଡ଼ି ବ୍ଲକ୍ ସଭାପତି ସଙ୍ଗୀତ ଭୋଇ, ବ୍ଲକ ଛାତ୍ର ବିଜେଡ଼ି ସଭାପତି ସଲିମ ଶେଖର ରଣା, ବିରଞ୍ଚି ରଣା, ଦେବରାଜ ରଣା, ଶ୍ରୀନିବାସ ମିଶ୍ର, ପ୍ରେମାନନ୍ଦ ପାତ୍ର, ଅମୃତା ସାହୁ, ଚିନ୍ମୟ ମିଶ୍ର, ସୋନୁ ରଣା, ଦୀନବନ୍ଧୁ ସାହୁ, ରବି ନାଗ, ବିଶ୍ୱ ଦୀପକ ପାତ୍ର, ସିମାଞ୍ଚଳ ଭୋଇ, ମହେନ୍ଦ୍ର ରଣା, ଦୀପା ବାଗ, ଅଜୟ କୁମାର, ନନ୍ଦୀକିଶୋର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।