ବାତ୍ୟା ଜଓ୍ବାଦ ପ୍ରଭାବରେ ଝିପି ଝିପି ବର୍ଷା: ଚିନ୍ତାରେ ଚାଷୀ

କେସିଙ୍ଗା, (ହେମନ୍ତ ସାହୁ): ବାତ୍ୟା ଜଓ୍ବାଦ ପ୍ରଭାବରେ ଆଜି କଳାହାଣ୍ଡି ଜିଲ୍ଲାର ପାଗ ମେଘୁଆ ରହିବାସହ ଝିପି ଝିପି ବର୍ଷା ହୋଇଛି। ଏହା ଧାନ ଓ କପା ଅମଳ ସମୟ ହୋଇଥିବାରୁ ବର୍ଷାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି ଚାଷୀକୂଳ। ବିଲରେ ଧାନ କଟାହୋଇ ପଡିଥିବାବେଳେ ଏହା ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି। ଏପଟେ ହରଡ଼ ଓ କପା ଫସଳକୁ ନେଇ ଚିନ୍ତାରେ ଚାଷୀ। ଏବର୍ଷ ମରୁଡି ପରିସ୍ଥିତି ଯୋଗୁଁ ଧାନ ଚାଷ ଭଲ ହୋଇନାହିଁ। ଚାଷୀ ଭାବିଥିଲେ ଧାନ ଚାଷର କ୍ଷତି କପା ଆଉ ହରଡ଼ ଭରଣା କରିବ। ହେଲେ ହରଡ଼ ଫସଳରେ ଠିକ୍ ଫୁଲ ଫଳ ଧରିବା ବେଳକୁ ଲଘୁଚାପ ଯୋଗୁଁ ମେଘୁଆ ପାଗ ଦେଖାଦେଇଥିବା ବେଳେ ଏବେ ଏହା ଚାଷୀ ମାନଙ୍କ ଦୁଃଖ ଦ୍ଵିଗୁଣିତ କରିଛି। ଏପଟେ କିଛି ଚାଷୀଙ୍କ କପା ଫୁଟି ବିଲରେ ହସୁଥିବା ବେଳେ ଅଦିନିଆ ବର୍ଷା କାଳ ସାଜିଛି। କେସିଙ୍ଗା ବ୍ଳକର କାଣ୍ଡେଲ, ବାଲସି, ସିରୋଳ, ବୋରିଆ, କୁଣ୍ଡାବନ୍ଧ, ପାଷ୍ଟିକୁଡି, ଉତ୍କେଲା ଭଳି ବ୍ଳକର ପ୍ରାୟ ଅର୍ଦ୍ଧାଂଶ ଚାଷୀ କପା ଏବଂ ହରଡ଼ ଫସଳ ଉପରେ ନିର୍ଭର କରିଥାନ୍ତି। ନିଜର ବାର୍ଷିକ ଗୁଜୁରାଣ ମେଣ୍ଟାଇବା ନିମନ୍ତେ ସବୁବେଳେ ଏମାନେ ଏହି ଫସଲ ଉପରେ ନିର୍ଭରଶୀଳ। ସେପଟେ ଧାନ ଫସଲ ମଧ୍ୟ ଖଳାରେ ପଡ଼ିଥିବା ବେଳେ ବାତ୍ୟା ଜେଓ୍ବାଦ ପ୍ରଭାବରେ ସୃଷ୍ଟି ହୋଇଥିବା ଝିପି ଝିପି ବର୍ଷା ଚାଷୀଙ୍କ ପାଇଁ କାଳ ସାଜିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.