ବ୍ଳକ ସ୍ତରୀୟ ନିଯୁକ୍ତି ମେଳା ଓ ପରାମର୍ଶ ଶିବିର

ଥୁଆମୂଳ ରାମପୁର, (ଦୁର୍ଗା କୀର୍ତ୍ତି): ଭାରତ ସରକାରଙ୍କ ସଂକଳ୍ପ ଯୋଜନା ଅଧିନରେ ଜିଲ୍ଲା ପ୍ରଶାସନ ଓ ଦକ୍ଷତା ପରିଷଦ କଳାହାଣ୍ଡି ଆନୁକୂଲ୍ୟରେ ଥୁଆମୂଳ ରାମପୁର ବ୍ଳକ ସ୍ତରୀୟ ନିଯୁକ୍ତି ମେଳା ଓ ପରାମର୍ଶ ଶିବିର ମିନିଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ରାଜ୍ୟ ତଥା ରାଜ୍ୟ ବାହାରର ୧୬ ଟି ବିଭିନ୍ନ ଘୋରୋଇ ନିଯୁକ୍ତିଦାତା ସଂସ୍ଥା ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭକାନ୍ତ ନାଏକ, ଜିଲ୍ଲା ନିୟୋଜନ ଅଧିକାରୀ ଅଜିତ କୁମାର ଉତାରାୟ, ନିୟୋଜନ ଅଧିକାରୀ ବିଜୟ କୁମାର ଉପାଧ୍ଯାୟ, ଜିଲ୍ଲା ଦକ୍ଷତା ବିକାଶ ସଂଯୋଜକ, ଥୁଆମୂଳ ରାମପୁର ବ୍ଳକ ଓଏଲଏମ ବିପିଏମ୍ ଶ୍ରୀ ସୌମ୍ଯରଞ୍ଜନ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ୮୦ ଜଣ ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିଲେ। ଶିବିରରେ ବିଭିନ୍ନ ସ୍ଥାନର ମିଶନ ଶକ୍ତି ଦଳ ଓ ମହିଳା ସୟଂସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହିଥିଲେ। 

Udyog Nursery
Udyogi Nursery

ଏହି ଅବସରରେ ଏକ କ୍ଷୁଦ୍ରଦାନା ଶସ୍ଯ ଖାଦ୍ୟ ମେଳା ଆୟୋଜନରେ ଜନସାହାଯ୍ଯ କଳାହାଣ୍ଡିକୁ ସହଯୋଗ କରିଥିଲା “ଉନ୍ନତ” ପ୍ରକଳ୍ପ ଉତ୍କଳ ଆଲୁମିନା। ଉକ୍ତ ପ୍ରଦର୍ଶନୀକୁ ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭକାନ୍ତ ନାଏକ ଉଦଘାଟନ କରିଥିଲେ। କ୍ଷୁଦ୍ରଦାନା ଶସ୍ଯ ଖାଦ୍ଯ ମେଳାରେ ଦେଶୀୟ କ୍ଷୁଦ୍ରଶସ୍ଯକୁ ନେଇ ବିଭିନ୍ନ ପ୍ରକାର ଖାଦ୍ଯ ପ୍ରସ୍ତୁତ କରି ପ୍ରଦର୍ଶନୀ ମାଧ୍ୟମରେ ଲୋକଙ୍କୁ ବାଣ୍ଟିବା ସହ ଜନ ସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ମହିଳା ସୟଂ ସହାୟକ ଦଳର ସଭ୍ଯା ମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.