ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ବନ୍ଧରେ ଗ୍ରାମସ୍ତରୀୟ ସଚେତନତା ଅଭିଯାନ

ଟେମରି, (ଜଗଜ୍ଜିବନ ସା): ଗୋଳାମୁଣ୍ଡା ବ୍ଳକ ଟେମରି ଗ୍ରାମ ପଞ୍ଚାୟତର କୁମ୍ଭାରୀ ଅଙ୍ଗନୱାଡ଼ି କେନ୍ଦ୍ରଠାରେ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ବନ୍ଧରେ ଗ୍ରାମସ୍ତରୀୟ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମରେ ବୈଠକ କରି ଓ ଗାଁ ପରିକ୍ରମକରି ବେନର, ଫ୍ଲାପ କାର୍ଡ ଦେଖାଇ ଓ ସ୍ଲୁଗାନ ଦେଇ ବିଜୁ ସ୍ୱାସ୍ଥ୍ୟ କାର୍ଡ ବିଷୟରେ ସଚେତନତା କରାଇବା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ଅଙ୍ଗନବାଡି କର୍ମୀ-୧ ବିଳାସ ମାଝୀ, ଆଶାକର୍ମୀ ପ୍ରଭାସିନୀ ପଧାନ, ଅଙ୍ଗନବାଡି କର୍ମୀ -୨ ମାଳତୀ ଭୋଇ, ତାଲିମଦାତା ରଶ୍ମିତା ପଟେଲ ଓ ସୁଷମା ସା ସ୍ୱାସ୍ଥ୍ୟ କାର୍ଡ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ।କାର୍ଯ୍ୟକ୍ରମରେ ସ୍ବର୍ଣ୍ଣାଲତା ଭୋଇ, ମିଥିଲା ଭୋଇ, ଗୀତାଞ୍ଜଳି ସା, ଜୋସନ ସା, ଧରିତ୍ରୀ ପଟେଲ, ନୀତାଞ୍ଜଳି ନାଏକ ତଥା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଯୋଗ ଦେଇଥିଲେ।

Udyog Nursery
Udyogi Nursery


ସେହିପରି ଟେମରି ଗ୍ରାମ ପଞ୍ଚାୟତର ଟେମରି ଓ ଡିଗ୍ରାପଡା ଗ୍ରାମରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ବନ୍ଧରେ ଗ୍ରାମସ୍ତରୀୟ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡିଗ୍ରାପଡା ଅଙ୍ଗନୱାଡ଼ି କର୍ମୀ ଲିପି ମଣି ସାହୁ, ତାଲିମଦାତା ରଶ୍ମିତା ପଟେଲ, ସୁଷମା ସା ସ୍ୱାସ୍ଥ୍ୟ କାର୍ଡ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ଟେମରିର ଆଲ୍ଲାଦିନି ପଟେଲ, ପାର୍ଥବି ପଟେଲ, ମୟୂରୀ ପଟେଲ, ମଞ୍ଜୁରୀ ପଟେଲ, ଲୀଳାବତୀ ପଟେଲ, ଉପାଶ୍ୱରୀ ପଟେଲ, ଡିଗ୍ରାପଡାର ଧନମତି ସାହୁ, କଳ୍ପନା ସାହୁ, ମାଣିକ୍ୟ ସାହୁ, କସ୍ତୁରୀ ସାହୁ ତଥା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.