ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ପାଇଁ ବିବାଦ, ବିଡ଼ିଓଙ୍କୁ ଫେରାଦ ହେଲେ ତୁନଗାଁବାସୀ

● ସମାଧାନ ନ ହେଲେ ଭୋଟ ବର୍ଜନ ଚେତାବନୀ

କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ କନ୍ଦାବୁଟୁରା ଗ୍ରାମପଞ୍ଚାୟତର ତୁନଗାଁ ଓ କନ୍ଦାବୁଟୁରା ଗ୍ରାମବାସୀଙ୍କ ମଧ୍ୟରେ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନକୁ ନେଇ ବିବାଦ ଦେଖା ଦେଇଥିଲା । ତେବେ ବିଗତ ଦିନରେ ନ୍ୟାୟ ପାଇଁ ଜିଲ୍ଲା ପ୍ରଶାସନ ସହ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଚାୟତ ବିବାଦର ସମାଧାନ ହୋଇ ପାରିନାହିଁ । ଏହାକୁ ନେଇ ତୁନଗାଁ ଗ୍ରାମବସୀ ମଙ୍ଗଳବାର କୋକସରା ବିଡିଓଙ୍କ ଦ୍ୱାରସ୍ତ ହୋଇ ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି । ନେଚେତ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ପାଇ ଚେତାବନୀ ଦେଇଛନ୍ତି । ସୂଚନା ଅନୁସାରେ, କାଶିବାହାଲ ପଞ୍ଚାୟତରୁ ଅଲଗା ହୋଇ କନ୍ଦାବୁଟୁରା ସ୍ୱତନ୍ତ୍ର ପଞ୍ଚାୟତ ଗଠନ ହୋଇଥିଲା । ତେବେ ପଞ୍ଚାୟତ ର ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରିବା ପାଇଁ ଉଭୟ କନ୍ଦାବୁଟୁରା ଓ ତୁନଗାଁ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏନେଇ ୨୧/୦୭/୨୦୧୫ ରେ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା ।


ଚୁକ୍ତିନାମା ଅନୁସାରେ ତୁନଗାଁ ଭୌଗୋଳିକ ଗମନାଗମନ ଓ ଗ୍ରାମରେ ସରକାରୀ ଜମି ରହିଥିବା ଯୋଗୁଁ ପଞ୍ଚାୟତ କାର୍ଯ୍ୟାଳୟ ତୁନଗାଁରେ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଚୁକ୍ତିନାମାକୁ କନ୍ଦାବୁଟୁରା ଗ୍ରାମବାସୀ ସମ୍ପୁର୍ଣ୍ଣ ଭାବେ ଅବମାନନା କରି ପଞ୍ଚାୟତ କାର୍ଯ୍ୟାଳୟ କନ୍ଦାବୁଟୁରା ଗ୍ରାମରେ ନିର୍ମାଣ କରାଯାଉଛି । ଚୁକ୍ତିନାମାକୁ ଅବମାନନା କରି ତୁନଗାଁ ଗ୍ରାମବାସୀଙ୍କ ପ୍ରତି ମାନବିକତା ନୈତିକତା ସମ୍ମାନ ଉପରେ ଲାଞ୍ଚିତ କରିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ବିଗତ ଦିନରେ ନ୍ୟାୟ ପାଇଁ ଜିଲ୍ଲା ପ୍ରଶାସନ ସହ ନ୍ୟାୟାଳୟ ର ଦ୍ୱାରସ୍ଥ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଚାୟତ ବିବାଦର ସମାଧାନ ହୋଇ ପାରିନାହିଁ । ଏବେ ପୁଣି ପଞ୍ଚାୟତ ନିର୍ବାଚନ ଆସୁଛି, ଏହାକୁ ନେଇ ନିଜର ହକ ଓ ଦାବି ନେଇ ପୁଣି ତୁନଗାଁ ଗ୍ରାମବାସୀ କଳାହାଣ୍ଡି ଜିଲ୍ଲାପାଳ ସମେତ ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇ ଥିବାବେଳେ ମଙ୍ଗଳବାର ତୁନଗାଁ ଗ୍ରାମବାସୀ କୋକସରା ବିଡ଼ିଓ ମନୀଷା ଦାସଙ୍କ ଦ୍ୱାରସ୍ତ ହୋଇ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି । ନଚେତ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ତୁନଗାଁ ର ୫ୱାର୍ଡ ର ଭୋଟର ଭୋଟ ବର୍ଜନ କରିବା ସହ ରାଜରାସ୍ତାକୁ ଓଲ୍ଲେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ନକୁଲ ନାଏକ, ପ୍ରମଲାଲ ଶବର, କୈଲାସ ନାଏକ, ପୁଷ୍ପଝଜ ଶବର, ସୋମନାଥ ଶବର, ଡମ୍ବରୁଧର ନାଏକ, ଚିତ୍ରସେନ ପଟେଲ, ପୂର୍ବତନ ସରପଞ୍ଚ ବଲଭଦ୍ର ପଟେଲ, ପରାଶର ବେମାଲ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.