ଓ୍ବାର୍ଲାଡ ଭିଜନ ପକ୍ଷରୁ ସଚେତନତା ତାଲିମ କାର୍ଯ୍ୟକ୍ରମ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ବିଶ୍ବ ସ୍ତରୀୟ ସଂସ୍ଥା ଓ୍ବାର୍ଲଡ ଭିଜନ ପକ୍ଷରୁ ନର୍ଲା ମାଉଣ୍ଟେନ କିଡସ ସ୍କୁଲ ପରିସରରେ ୪ ଦିନଧରି ବିଭିନ୍ନ ଗୋଷ୍ଠୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୩ ଡ଼ିସେମ୍ବରରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ଉଦଜାପିତ ହୋଇଯାଇଛି। ପ୍ରଥମ ଦିବସରେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଥିବା ବେଳେ ଦ୍ବିତୀୟ ଦିବସରେ ଶିଶୁ ସୁରକ୍ଷା କମିଟି କାର୍ଯ୍ୟକର୍ତ୍ତାଙ୍କୁ ନେଇ ଶିବିର, ତୃତୀୟ ଦିବସରେ ବାଲ୍ୟ ବିବାହ ପ୍ରଥା ଉଚ୍ଛେଦ ନେଇ ସଚେତନତା ଶିବିର ଓ ଆଜି ଅନ୍ତିମ ଦିବସରେ ମାଁ ଓ ଶିଶୁ ମାନଙ୍କର ଉତ୍ତମ ପୁଷ୍ଟକର ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu


ଉଦଜାପନୀ ଦିବସରେ ଓ୍ବାର୍ଲଡ ଭିଜନ ନର୍ଲା ଏଡିପିର ମ୍ୟାନେଜର ପିଭି କ୍ରିଷ୍ଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିପିଏମ ସବିର ପଧାନ ଯୋଗଦେଇ ମାତୃ ଓ ଶିଶୁ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଏଥିରେ ସମ୍ବଳ ସହାୟକ ଜ୍ଞାନ ରଞ୍ଜନ ପଣ୍ଡା ଉପସ୍ଥିତ ରହି ଆଶାକର୍ମୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଫିଲ୍ଡ ସୁପରଭାଇଜର ପ୍ରତିମା ତାଣ୍ଡିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଆୟୋଜିତ ଉକ୍ତ ଶିବିରରେ ଓ୍ବାର୍ଲଡ ଭିଜନର କାର୍ଯ୍ୟକର୍ତ୍ତା ସୋଲେମାନ ପାଣି, ଡେଭିଡ୍ ରାଜୁ, ୟେସିଆ, ଦୀପକ ନାୟକ, ଶୋଭନ ନାୟକ, ବବଲୁ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.