କଳାହାଣ୍ଡି, (ରବିନ୍ଦ୍ର ମିଶ୍ର): ହାତୀ ନଦୀର ବେଙ୍ଗେର ଘାଟରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଛି ଜୟପାଟଣା ପୋଲିସ। ମୃତ ବ୍ୟକ୍ତି ଜଣକ କନକପୁର ଗ୍ରାମର ସୁଶୀଲ ରାଉତ ବୋଲି ଜଣାପଡିଛି। ହାତୀ ନଦୀ ବେଙ୍ଗେର ଘାଟରେ ଏକ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଜୟପାଟଣା ପୁଲିସକୁ ସୂଚନା ଦେଇଥିଲେ। ଜୟପାଟଣା ପୁଲିସ ଶବ ଉଦ୍ଧାର କରିବା ପରେ ତାହା ଜୟପାଟଣା ବ୍ଲକ ଅନ୍ତର୍ଗତ ପାଇକ କେନ୍ଦୁମୁଣ୍ଡି ପଞ୍ଚାୟତ କନକପୁର ଗ୍ରାମର ସୁଶୀଲ ରାଉତ(୧୯)ଙ୍କ ବୋଲି ଛିନ୍ନଟ କରାଯାଇଥିଲା। ପରେ ଜୟପାଟଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରା ଯାଇପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା।ସୁଶୀଲ ଗତ ୧୧ ତାରିଖରୁ ନିଖୋଜ ସମ୍ପର୍କରେ ତାଙ୍କ ପିତା ଗତ କାଲି ଜୟପାଟଣା ଥାନାକୁ ଜଣାଇ ଥିଲେ ଆଜି ତାଙ୍କ ପୁଅର ଗଳିତ ଶବ ଉଦ୍ଧାରହେବା ପରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ତେବେ ପ୍ରେମ ସମ୍ପର୍କକୁ ନେଇ ସୁଶୀଲଙ୍କୁ ମାରି ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି।