ଭାରତ ସ୍କାଉଟ ଗାଇଡ଼ ଶିବିରର ଦ୍ଵିତୀୟ ଦିବସରେ ଫୁଡ଼ଭିଲ୍ଲା ଓ ଭିଲେଜ ଫେଆର ଆୟୋଜିତ

ଭବାନୀପାଟଣା: ଛାତ୍ରଛାତ୍ରୀଙ୍କର ବ୍ୟକ୍ତିତ୍ୱର ବିକାଶ ଦେଶର ଦିଶା ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରେ। ଏଥିପାଇଁ ସେମାନଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଏକାନ୍ତ କାମ୍ୟ। ଏ ଦିଗରେ ଭାରତ ସ୍କାଉଟ ଗାଇଡ଼ ଶିବିର ଏକ ମାଇଲଖୁଣ୍ଟ ବୋଲି ଭାରତ ସ୍କାଉଟ ଗାଇଡ଼ର ଜୋନାଲ ସ୍ତରୀୟ ଶିବିରର ଦ୍ଵିତୀୟ ଦିବସରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୁବ ଗାଳ୍ପିକ ଡିଲେଶ୍ବର ରଣା, ସମ୍ମାନିତ ଅତିଥି ବରିଷ୍ଠ ଶିକ୍ଷକ ହେମନ୍ତ ମୁଣ୍ଡ, ଏସଏଡିସି ବିଭୁତି ଭୂଷଣ ପ୍ରଧାନ, ଡିଟିସି ଧୀରେନ୍ଦ୍ର ପଣ୍ଡା, ପୂର୍ବ ପ୍ରଧାନଶିକ୍ଷକ ମହେଶ୍ୱର ନାଏକ। ସଭାପତିତ୍ୱ କରିଥିଲେ ଜିଲ୍ଲା ସମ୍ପାଦକ ମହେନ୍ଦ୍ର ପଣ୍ଡା। ପ୍ରଧାନ ଶିକ୍ଷକ ନୀଳମଣି ଦୁର୍ଗା ମଂଚ ପରିଚାଳନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ସନାତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସିଆରସିସି ବିଶ୍ୱଜିତ ରାଏ, ଡିଓସି ମନୋରଞ୍ଜନ ସାହୁ, ସୁବାଷଚନ୍ଦ୍ର ନାଗ, ରାମ ପ୍ରଧାନ, କୁମୁଦ ଦୋରା, ତୁନେଶ୍ୱର ସା, ଶିବାନନ୍ଦ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରଙ୍ଗୋଲି, ଗାନ୍ଧୀବେଶ, ଫାଷ୍ଟ ଏଡ଼, କୁଇଜ, କେମ୍ପ କ୍ରାଫ୍ଟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ଅବସରରେ ଆୟୋଜିତ ଫୁଡ଼ଭିଲ୍ଲା ଓ ଭିଲେଜଫେଆର ଅତିଥିମାନେ ଉଦ୍ଘାଟନ କରିଥିଲେ। ଉପସ୍ଥିତ ଗ୍ରାମବାସୀ ତଥା ଅନ୍ୟମାନେ ଏହାକୁ ଉପଭୋଗ କରିଥିଲେ। ଏଥିରେ କେସିଙ୍ଗା, ଲାଞ୍ଜିଗଡ଼ ଓ ଭବାନୀପାଟଣା ବ୍ଲକର ବିଭିନ୍ନ ହାଇସ୍କୁଲରୁ ଆସିଥିବା ଶିକ୍ଷାର୍ଥୀ ଓ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ। ଏହି ଶିବିର ଆଗାମୀ କାଲି ଉଦଯାପିତ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.