ଉପାନ୍ତ ଅଞ୍ଚଳରେ ଛାତ୍ର ଅନ୍ବେଷଣ କାର୍ଯ୍ୟକ୍ରମ

କୋରାପୁଟ/ମାଲକାନଗିରି, (ତ୍ରିନାଥ ପଟ୍ଟନାୟକ): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତ ଏମ୍ ଭି-୬୫ରେ ମାଲ୍ୟବନ୍ତ ସମାଚାର ଓ ମାଟିଲଗ୍ନା ସାହିତ୍ୟ ସଂସଦର ମିଳିତ ଉଦ୍ୟମରେ ରାଜ୍ୟ ସ୍ତରୀୟ ଛାତ୍ର ଅନ୍ମେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ସାମ୍ବାଦିକ କିଶୋର ଚନ୍ଦ୍ର ପ୍ରଧାନ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ ଯେ, ଉପାନ୍ତ ଅଞ୍ଚଳରେ ଶିକ୍ଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ହେଲେ ଓଡ଼ିଶାର ସାମୁହିକ ବିକାଶ ସାଧିତ ହୋଇପାରିବ।

Omkar Vasthu
Omkar Vasthu


କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଅଶୋକ କୁମାର ପ୍ରଧାନ ସଭାପତିତ୍ବ କରିଥିବା ବୋଳେ ମୁଖ୍ଯ ବକ୍ତା ଭାବେ ମାଟି ଲଗ୍ନା ସାହିତ୍ୟ ପରିବାରର କବି ସାରଦା ପ୍ରସାଦ ସିଂ, ଅନ୍ଯତମ ଅତିଥି ଭାବେ ଶିକ୍ଷାବିତ୍ ଚନ୍ଦ୍ର ମଣୀ ସାମିଲ, ନିମନ୍ତ୍ରିତ ଅତିଥି ଭାବେ ଶ୍ୟାମଲ କାନ୍ତି ଦାସ, ଡମ୍ବୁରୁଧର ମାଝୀ,ମାନସ ରଞ୍ଜନ ରାଉତ, ଅତିଥି ଭାବେ ଶିକ୍ଷୟତ୍ରୀ ଇଲା ସେନ, ରତନ ଦାସ, ସନ୍ତୋଷ କୁମାର ମଲ୍ଲିକ ଓ ଏସ୍ ବେହେରା ଯୋଗ ଦେଇ ମାଟିଲଗ୍ନା ସାହିତ୍ଯ ସଂସଦର ଭୂମିକାକୁ ପ୍ରଶଂସା କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ସହକାରୀ ଶିକ୍ଷକ ତାରକ ସିଂ। ଶେଷରେ ଛାତ୍ରଛାତ୍ରୀଙ୍କ ମଧ୍ଯରେ ସାଧାରଣ ଜ୍ଞାନ, ସଂଗୀତ, ବକ୍ତୃତା ପ୍ରତିଯୋଗିତା ଆୟୋଜନ କରି ୨୦ ଜଣ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.