ଓଡିଶା ପତ୍ରକାର ସଂଘର ଦ୍ବାଦଶତମ ବାର୍ଷିକ ଉତ୍ସବ ଓ ରାଜ୍ଯ କାର୍ଯ୍ଯକାରିଣୀ ବୈଠକ

ରାୟଗଡା, (ଶିବ ନାରାୟଣ ଗୈାଡ): ଓଡିଶା ପତ୍ରକାର ସଂଘର ଦ୍ବାଦଶତମ ବାର୍ଷିକ ଉତ୍ସବ ଓ ରାଜ୍ଯ କାର୍ଯ୍ଯକାରିଣୀ ବୈଠକ ରାୟଗଡ ସ୍ଥିତ ହୋଟେଲ ସତ୍ଯମ୍ ରେସିଡେନ୍ସୀ ସମ୍ମିଳନୀ କକ୍ଷରେ ରାଜ୍ଯ ସଭାପତି ଅବିନାଶ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ବର୍ଣ୍ଣାଢ଼୍ୟ ସମାରୋହରେ ମୁଖ୍ଯ ଅତିଥି ଭାବେ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ସାମ୍ବାଦିକଙ୍କ ବିଭିନ୍ନ ସମସ୍ଯା ଗୁଡିକୁ ହୃଦଙ୍ଗମ କରିବା ସହ ରାଜ୍ଯ ସରକାରଙ୍କ ଦୃଷ୍ଟି ଆର୍କଷଣ କରି ତାହାର ସମାଧାନ କରିବା ତଥା ସାମ୍ବାଦିକଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବା ପାଇଁ ସରକାରଙ୍କ ଠାରେ ପ୍ରସ୍ତାବ ଦେବି ବୋଲି ନିଜ ବକ୍ତବ୍ଯରେ କହିଥିଲେ। ଶ୍ରମିକ ନେତା ମହେନ୍ଦ୍ର ପରିଡା ମୁଖ୍ଯ ବକ୍ତା ରୂପେ ଯୋଗ ଦେଇ ସାମ୍ବାଦିକଙ୍କୁ ସରକାର ସାମାଜିକ ସୁରକ୍ଷା ଯୋଗାଇଦେବା, ପେନସନ ପ୍ରଦାନ କରିବା ଇତ୍ଯାଦି ଉପରେ ଗୁରୁତ୍ବାରୋପ କରିବା ଆବଶ୍ୟକ ବୋଲି ନିଜ ଭାଷଣରେ କହିଥିଲେ। ସମ୍ମାନିତ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇ ଗ୍ରାମାଞ୍ଚଳର ସାମ୍ବାଦିକଙ୍କ ସମସ୍ଯା ଓ ସରକାରଙ୍କ ଦୂରଦୃଷ୍ଟି ସମ୍ପର୍କରେ ଆଲୋକପାତ କରିଥିଲେ।


ଅନ୍ଯତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଯୋଗ ଦେଇ ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିବା ସହ ସାମ୍ବାଦିକଙ୍କ ସ୍ବାର୍ଥ ପାଇଁ ସରକାରଙ୍କ ଯୋଜନା କିଭଳି କାର୍ଯ୍ଯକାରୀ ହେଉଛି ସେ ସମ୍ପର୍କରେ ନିଜ ବକ୍ତବ୍ଯରେ କହିଥିଲେ। ସଭା କାର୍ଯ୍ଯ ଆରମ୍ଭରେ ଅତିଥି ଗଣ ଠାକୁରଙ୍କ ଫୋଟ ଚିତ୍ରରେ ଧୂପଦ୍ବିପ ଓ ପ୍ରଦିପ ପ୍ରଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଦିବଂଗତ ସାମ୍ବାଦିକଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ମୁଖ୍ଯ ଅତିଥି, ମୁଖ୍ଯ ବକ୍ତା ଓ ସମ୍ମାନିତ ଅତିଥିଙ୍କ ଦ୍ବାରା ଓଡିଶାର ବିଭିନ୍ନ ଜିଲ୍ଲା ଓ ରାୟଗଡ ଜିଲ୍ଲାର କେତେକ ବରିଷ୍ଠ ଓ ଅଗ୍ରଣୀ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ଯରୁ ପୁରୀ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶଙ୍କର ବେହେରା, ରାୟଗଡ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଯୋଗେଶ୍ବର ଦାସ, ବି ଭି. ରାମନା, ଦୈନିକ ସାକ୍ଷୀ ତେଲୁଗୁ ଖବର କାଗଜର ସାମ୍ବାଦିକ, ସିମାଞ୍ଚଳ ପଣ୍ଡା, କନକ ନ୍ଯୁଜ, ଗୁରୁ ପ୍ରସାଦ ସାହୁ, ସ୍ମୃତି ରଞ୍ଜନ ମହାନ୍ତି, ଶିବ ନାରାୟଣ ଗୌଡ, କୋରାପୁଟ ଜିଲ୍ଲାର ବରିଷ୍ଠ ସାମ୍ବାଦିକ କେ. ସକିଲ ଦୋରା, ଭୁବନେଶ୍ବର ସାମ୍ବାଦିକ ପ୍ରଭାକର ବିଶ୍ବାଳ, ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜନାବ ଖାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଧାନ, ଗଞ୍ଜାମ ଜିଲ୍ଲାର ଚିତ୍ତ ରଞ୍ଜନ ମହାପାତ୍ର ଓ ପୁରୀ ଜିଲ୍ଲା ମହିଳା ସାମ୍ବାଦିକା ଜ୍ଯୋତିର୍ମୟୀ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


ଓଡିଶା ପତ୍ରକାର ସଂଘ ରାଜ୍ଯ ସାଧାରଣ ସମ୍ପାଦକ ରାମଦାସ ଲିମା ଅତିଥି ପରିଚୟ ପୂର୍ବକ ମଞ୍ଚ ପରିଚାଳନା କରିଥିବା ବେଳେ, ରାଜ୍ଯ ଉପସଭାପତି ହର ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଆୟୋଜିତ ରାଜ୍ଯ କାର୍ଯ୍ଯକାରିଣୀ ବୈଠକରେ ଓଡିଶା ପତ୍ରକାର ସଂଘର ଦକ୍ଷିଣ ଓଡିଶା ଉପସଭାପତି ଭାବେ ନଳିନୀ କୁମାର ପାଣି, ଦକ୍ଷିଣ ଓଡିଶା ସମ୍ପାଦକ ଭାବେ କେ. ସକିଲ ଦୋରା, ପଶ୍ଚିମ ଓଡିଶା ଉପସଭାପତି ରୂପେ ଜନାବ ଖାନଙ୍କୁ ମନୋନିତ କରାଯାଇଥିବା ବେଳେ ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ରୂପେ ରାୟଗଡରୁ ରାଜେଶ କୁମ୍ବାର, କୋରାପୁଟରୁ ଦୟାନିଧି ପଟ୍ଟନାୟକ ଏବଂ ନୂଆପଡାରୁ ମଞ୍ଜୁର ହୁସେନଙ୍କୁ ମନୋନିତ କରାଯାଇଛି। ଓଡିଶା ପତ୍ରକାର ସଂଘର ରାୟଗଡ ଜିଲ୍ଲା ଶାଖାର ନୂତନ ସଭାପତି ଭାବେ ରଘୁନାଥ କାମ୍ବା, ସାଧାରଣ ସମ୍ପାଦକ ଭାବେ ଉମାଶଙ୍କର ପାଢୀ ଓ କୋଷାଧ୍ୟକ୍ଷ ଭାବେ ରାଜେଶ କୁମ୍ଭାରଙ୍କୁ ସର୍ବସମ୍ମତି କ୍ରମେ ମନୋନିତ କରାଯାଇଛି। ଏହି କାର୍ଯ୍ଯକ୍ରମରେ ଆଲୋକ କୁମାର ମହାରଣା, ଏମ୍ ନରେଶ କୁମାର ଏବଂ ସୁନିଲ କୁମାର ପାତ୍ର ଓ ଅନ୍ଯ ସଦସ୍ଯମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.