ଜାନୁଆରୀ ୩ରେ ସାବିତ୍ରୀ ବାଇ ଫୁଲେ ଜୟନ୍ତୀ: ନର୍ଲା ସିଡ୍ୟୁଲ କାଷ୍ଟ ଫେଡରେସନର ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ଡାକବଙ୍ଗଳା ଠାରେ ଆଜି ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନର ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଡମ୍ବ ସମାଜର କାର୍ଯ୍ୟକାରୀ ସଭାପତି ଅଭିରାମ ନନ୍ଦ, ଜିଲ୍ଲା ଡମ୍ବ ସମାଜର ଉପ ସଭାପତି କାମରାଜ ନାଏକ ଓ ନର୍ଲା ଡମ୍ବ ସମାଜ ଉପ ସଭାପତି ରଜନୀ କୁମାରଙ୍କ ସମେତ ବ୍ଲକର ୨୬ଟି ପଞ୍ଚାୟତର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ। ନର୍ଲା ସିଡ୍ୟୁଲ କାଷ୍ଟ ଫେଡରେସନର ସଭାପତି ରଘୁନାଥ ଦୀପ ଆଗାମୀ ଜାନୁଆରୀ ୩ ତାରିଖରେ ହେବାକୁଥିବା ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ଓ ଶିକ୍ଷକ ଦିବସ କିପରି ସୁଚାରୁ ରୁପେ ପାଳନ କରାଯିବ ଏନେଇ ଆଲୋକପାତ କରିଥିଲେ। ଉପସ୍ଥିତ ସଭ୍ୟମାନଙ୍କ ମଧ୍ୟରେ ପ୍ରକାଶ ସାଗର, ଅଭୟ ନାଏକ, ମନୋହର ନାଏକ, ସୁବାସ ନାଗ, ଆଇନଜୀବି ସୂର୍ଯ୍ୟ ନାରାୟଣ କୁମାର, ନବୀନ ନିଆଲ, ଜନକ କୁମାର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.