ଗୁଲୁମୁଣ୍ଡାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଗୁଣୁପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁଲୁମୁଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ରବିବାର ଦିନ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଉକ୍ତ ରକ୍ତଦାନ ଶିବିରକୁ ଗୁଣୁପୁର ଥାନାଧିକାରୀ ଜୋସବନ୍ତ ହିଆଲଙ୍କ ଦ୍ଵାରା ଉଦଘାଟିତ କରାଯାଇଥିବା ବେଳେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ ଯୋଗ ଦେଇଥିଲେ। ଏହି ରକ୍ତଦାନ ଶିବିର ରେ ମୋଟ ୩୫ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିବା ମା ମାଝୀଗୌରୀ ଗୋଷ୍ଠୀ ସ୍ତରୀୟ ଜିଲ୍ଲା ସମ୍ପାଦକ ଶିଶିର କୁମାର ମହାପାତ୍ର ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu


ଶିବିରକୁ ସଫଳ କରିବା ପାଇଁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଲକ୍ଷ୍ମଣ କୁମାର ପାତ୍ର, ସୁଚିତ୍ରା ରାଣୀ ପାତ୍ର, ରାଧାକାନ୍ତ ମହାନ୍ତି, ଗୌରୀ ପ୍ରସାଦ ବ୍ରହ୍ମା ଏବଂ ଗଣେଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାନ ଶିବିରକୁ ରାୟଗଡା ଜିଲ୍ଲା ସ୍ୱାଭିମାନ ମଞ୍ଚ ମା ମାଝୀଗୌରୀ ଗୋଷ୍ଠୀ ସ୍ତରୀୟ ସଂଗଠନ ରାୟଗଡା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା। ରକ୍ତଦାନ ମହତ ଦାନ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଅତିଥି ମତ ପୋଷଣ କରିଥିଲେ। ଉକ୍ତ ଶିବିରରେ ମା ମାଝୀଗୌରୀ ଜିଲ୍ଲା ସମ୍ପାଦକ ଶିଶିର କାନ୍ତ ମହାପାତ୍ର, ସଂଯୋଜକ ମୃତ୍ୟୁଞ୍ଜୟ ପାଇକ, ରାୟଗଡା ଜିଲ୍ଲା ସ୍ୱାଭିମାନ ମଞ୍ଚର ସଭାପତି ମନୋରଞ୍ଜନ ରଥ, ସାଧାରଣ ସମ୍ପାଦକ ସୁନୀଲ କୁମାର ପାଣିଗ୍ରାହୀ, ଉପଦେଷ୍ଟା ପ୍ରେମ ପ୍ରସାଦ ପଣ୍ଡା, ସମ୍ପାଦକ ବିଦ୍ୟାଧର ପଣ୍ଡା, ଏବଂ କୋଷାଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ ଶିବିର ରେ ଉପସ୍ଥିତ ରହି ସମସ୍ତ ସହଯୋଗୀଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ରାୟଗଡା ଓ ସ୍ୱାଭିମାନ ମଞ୍ଚ ରାୟଗଡା ମିଳିତ ଭାବେ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି। ସେହିପରି ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ଗୁଲୁମୁଣ୍ଡା ଯୁବ ଗୋଷ୍ଠୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଗୁଣୁପୁର ଉପଖଣ୍ତ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.