କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ତୁଲାପଡାର ବଙ୍ଗାମୁଣ୍ଡା ଜଳାଶୟ ନିକଟରେ ଜଣେ ବିଧବା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ନର୍ଲା ପୋଲିସ। ମୃତ ମହିଳା ଜଣକ ନର୍ଲା ବ୍ଲକ ବାଲସିଙ୍ଗା ଗ୍ରାମର ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନା ଆଧାରରେ ଆଜି ବଙ୍ଗାମୁଣ୍ଡା ଜଳାଶୟ ନିକଟସ୍ଥ ଏକ ଗଛର ଶାଖାରେ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ଏହା ଦେଖିବା ପରେ ମୃତ ମହିଳାଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଏନେଇ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନର୍ଲା ଥାନା ଆଇଆଇସି ରେଣୁକା ସୁନା, ତହସିଲଦାର ଓ ଏକ୍ସଜିକ୍ୟୁଟିଭ ମାଜିଷ୍ଟ୍ରେଟ ମାନସ ତ୍ରିପାଠୀଙ୍କ ଉପସ୍ଥିତିରେ ମୃତ ଦେହକୁ ଓହ୍ଲାଯାଇଥିଲା। ପରେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏନେଇ ନର୍ଲା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି କେସ ନମ୍ବର ୨୨/୨୧ ରେ ଅଧିକ ତଦନ୍ତ ଜାରୀ ରଖିଛିନ୍ତି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ରହିଛି।