୪୨ମୌଜାର ବରପୁତ୍ର ସହିଦ୍ ରଘୁ ସର୍ଦ୍ଦାରଙ୍କ ତୈଳଚିତ୍ର ଉନ୍ମୋଚିତ

କଟକ ସଦର, (ଶ୍ରୀକାନ୍ତ ବେଉରା): ସଦର ବ୍ଲକର ଅଗ୍ରଣୀ ସାମ୍ବାଦିକ ଅନୁଷ୍ଠାନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ”ର ନୃସିଂହ ଆନନ୍ଦ ପୂଜ୍ୟ ପୂଜା ଭବନରେ ସହିଦ୍ ରଘୁ ସର୍ଦ୍ଦାର (୧୮୯୨-୧୯୪୭)ଙ୍କ ଅମ୍ଳାନ ସ୍ମୃତି ଉଦ୍ଧେଶ୍ୟରେ ଏକ ସ୍ମୃତି ଚାରଣ ସଭା ଏବଂ ତୈଳଚିତ୍ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସମାଜସେବୀ ଇ°. ଅଶୋକ କୁମାର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ବେହେରା ମୁଖ୍ୟ ବକ୍ତାଭାବେ ଯୋଗଦେଇ ସହିଦ୍ ରଘୁ ସର୍ଦ୍ଦାରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସହିଦ୍ ରଘୁ ସର୍ଦ୍ଦାରଙ୍କ ସୁପୁତ୍ର ଡାକ୍ତର ବିଶ୍ଵନାଥ ପଟ୍ଟନାୟକ, ମୁଖ୍ୟ ଉପଦେଷ୍ଟା ସରୋଜ ନଳିନୀ ପରିଜା, ବିନୋଦ ବିହାରୀ ବେହେରା, ଉର୍ମିଳା ମହାନ୍ତି, ପ୍ରଭାତ କୁମାର ଖଟୁଆ, ବୁଲେଇ ବେହେରା, ରାମଚନ୍ଦ୍ର ଗୋଚ୍ଛାୟତ, ନଟବର ବେହେରା, ଉପେନ୍ଦ୍ର ବାରିକ, ଘନଶ୍ୟାମ ମଲ୍ଲିକ, ପ୍ରକାଶ ମହାନ୍ତି, ପ୍ରସନ୍ନ କୁମାର ବେହେରା, ଶୁଭେନ୍ଦୁ ମହାପାତ୍ର, ସାଗର ବେହେରା, ଆଶିଷ ମହାନ୍ତି, ଆଶିଷ ବେହେରା, ବାଦଲ ମହାନ୍ତି, ଶ୍ରାବନ୍ତିକା ମହାନ୍ତି, ହରିବନ୍ଧୁ ଆଚାର୍ଯ୍ୟ, ପ୍ରଦୀପ ପଟ୍ଟନାୟକ ଓ ଅସୀମ ଦାସ ପ୍ରମୁଖ ଉପସ୍ଥିତ ରହି ୪୨ମୌଜାର ବରପୁତ୍ର ସହିଦ୍ ରଘୁ ସର୍ଦ୍ଦାରଙ୍କ ସ୍ମୃତି ଚାରଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ ସଭା ପରିଚାଳନା କରିଥିବାବେଳେ ସମ୍ପାଦକ ତଥା ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.