ଥେରୁବାଲିରେ ହସ୍ତଶିଳ୍ପ ତାଲିମ ଶିବିର ଉଦଘାଟିତ

ରାୟଗଡା, (ଶିବ ନାରାୟଣ ଗୈାଡ): ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଓଡିଶା ଓ ରାୟଗଡା ସ୍ଥିତ ସହକାରୀ ନିର୍ଦ୍ଦେଶିକା (ହସ୍ତଶିଳ୍ପ) ଦ୍ବାରା ଥେରୁବାଲି ସ୍ଥିତ ଗୋପବନ୍ଧୁ ନଗର ଇମ୍ଫା ଏମ୍ପ୍ଲୋଇଜ କ୍ଲବ ପରିସରରେ ୬ ମାସିଆ ହସ୍ତ ଶିଳ୍ପ (ଚାନ୍ଦୁଆ) ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଅଛି । ଇମ୍ଫାର ବଶିଂଧର ଓ ଇଲାପଣ୍ଡା ଫାଉଣ୍ଡେସନର ସଂଯୋଜନାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ଯକ୍ରମରେ ରାୟଗଡ଼ା ସ୍ଥିତ ସହକାରୀ ନିର୍ଦ୍ଦେଶୀକା (ହସ୍ତ ଶିଳ୍ପ) ସୁଶ୍ରୀ ଯୋସୀ ଡୁଙ୍ଗଡୁଙ୍ଗ, ହସ୍ତ ଶିଳ୍ପ ସଂପ୍ରସାରଣ ଅଧିକାରୀ ଉଲ୍ଲାସ ଚନ୍ଦ୍ର ବେହେରା, କଲୋଳ ନାୟକ, ଉପ ମୁଖ୍ୟ ପ୍ରବନ୍ଧକ (କାର୍ମିକ ଓ ପ୍ରଶାସନ) ଇମ୍ଫା, ଶକ୍ତି ପାଣିଗ୍ରାହୀ, ବରିଷ୍ଠ ପରିଚାଳକ (ଲୋକ ସମ୍ପର୍କ) ଇମ୍ଫା, ରାଧାଶ୍ୟାମ ପଣ୍ଡା ,ନିର୍ଦ୍ଦେଶକ, ପଲ୍ଲୀ ବିକାଶ ଥେରୁବାଲି, କେ ଆପନ୍ନା ଓ ଲୋକ ସମ୍ପର୍କ ବିଭାଗର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଯାଇଛି ।


ସ୍ଥାନୀୟ ୫ ଗୋଟି ପଞ୍ଚାୟତର ୧୫ ଜଣ ଗ୍ରାମୀଣ ଆଦିବାସୀ ଝିଅ ଚାନ୍ଦୁଆ ତାଲିମ ନେବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି । ଏହି ତାଲିମ କାର୍ଯ୍ୟ ସମ୍ପର୍କରେ ସହକାରୀ ନିର୍ଦ୍ଦେଶୀକା (ହସ୍ତ ଶିଳ୍ପ) ତାଲିମ ପ୍ରାର୍ଥିନୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ଓ ବିଭାଗ ତରଫରୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ ବୋଲି ଆଶ୍ଵାସନା ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଇମ୍ଫାର ବଂଶିଧର ଓ ଇଲାପଣ୍ଡା ଫାଉଣ୍ଡେସନ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଏହାର ଉପ ମହା ପ୍ରବନ୍ଧକ (କାର୍ମିକ ଓ ପ୍ରଶାସନ) ପ୍ରତିଶୃତି ଦେବା ସହିତ ଜଣେ ସଫଳ ହସ୍ତଶିଳ୍ପଦ୍ୟୋଗୀ ହେବାକୁ ପରାମର୍ଶ ଦେଇଥିଲେ । ଶକ୍ତି ପାଣିଗ୍ରାହୀ ,ବରିଷ୍ଠ ପରିଚାଳକ (ଲୋକ ସମ୍ପର୍କ) ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.