କଳାହାଣ୍ଡି: ଯୁବ ବ୍ୟାପାର ଓ କ୍ରିଡ଼ା ମନ୍ତ୍ରାଳୟ ଭାରତ ସରକାରଙ୍କ ଅଧିନରେ ଥିବା ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ତଥା ମା ଡୁମେର୍ ମୁଡେନ୍ ଯୁବକ ସଂଘ କାଙ୍କେରୀର ସହଯୋଗରେ ଏଜୁକେସନ୍ ଇନ୍ ବେସିକ୍ ଭୋକାସନ୍ ଟେଲରିଂ ଟ୍ରେନିଙ୍ଗ୍ ଉଦଘାଟନ ହୋଇଯାଇଛି। ଧର୍ମଗଡ଼ ବ୍ଲକ କାଙ୍କେରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ଠାରେ ୩ ମାସ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସିଲେଇ ତାଲିମ ମାଗଣାରେ ଦିଆଯିବା ନେଇ ସୂଚନା ରହିଛି।
ଏନେଇ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କୌଶଲ ବିକାଶ କେନ୍ଦ୍ରର ବିଭୁଦତ୍ତ ପ୍ରଧାନି, ମୁଖ୍ୟ ବକ୍ତା ଭାବେ ମା ଡୁମେର ମୁଡେନ ଯୁବକ ସଂଘ ସମ୍ପାଦକ ଲଲିତ ବାଗ, ସମ୍ମାନିତ ଅତିଥି ଭାବେ ଶିକ୍ଷକ ବ୍ୟାସଦେବ ସାହୁ, ଦାମୋଦର ସୁନାନୀ, ଉପେନ୍ଦ୍ର ଜଗତ, ମଣ୍ଟୁ ବାଗ, ଚିନ୍ମୟ ବାଗ ଓ ଟ୍ରେନର୍ ରୁକ୍ମଣୀ ତାଣ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଜାତୀୟ ସ୍ୱଚ୍ଛାସେବୀ ମହେଶ୍ୱର ସୁନାନୀ ଓ ରୁଦ୍ର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।