କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେର ଫାଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା । ସୂଚନା ଅନୁସାରେ ମୋଟେର ଗ୍ରାମର ବିରଞ୍ଚି ଦୀପଙ୍କ ୬ ବର୍ଷର ପୁଅ ଆଶିଷ ଦୀପ ସାଙ୍ଗ ମାନଙ୍କ ସହ ଖେଳିବାକୁ ଯାଇଥିବା ସମୟରେ ମୋଟେର ଫାଣ୍ଡି ନିକଟରେ ଥିବା କାଶିବିଶ୍ୱନାଥଙ୍କ ଧାନ କୁଟା ମେସିନର ମୋଟରରେ ଅସାବଧାନତା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି । ପରିବାର ପକ୍ଷରୁ କୋକସରା ହସ୍ପିଟାଲକୁ ଆଣିଥିବା ବେଲେ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ଖବର ପାଇ ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ପରିବାର ପକ୍ଷରୁ କୌଣସି ମାମଲା ରୁଜୁ ହୋଇନଥିବା ଓ ସକାଳୁ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ କୁ ଶବ ହସ୍ତାନ୍ତର କରାଯିବ ବୋଲି ତଦନ୍ତକାରୀ ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି ।