ନର୍ଲା ବ୍ଲକର ବିଭିନ୍ନ ସ୍ଥାନରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର ): ନର୍ଲାର ବିଭିନ୍ନ ଅନୁଷ୍ଠାନରେ ୭୩ ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉହ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ଛକଠାରେ ଅନୁଷ୍ଠିତ ନର୍ଲା ସାମ୍ବାଦିକ ୟୁନିଅନରେ ସିପିଆଇଏମଏଲ ର ଜିଲ୍ଲା ସାଧାରଣ ସମ୍ପାଦକ କମ୍ରେଡ କେଶବ ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ । ସେହିଭଳି ନର୍ଲା ପ୍ୟାକ୍ସ, ନର୍ଲା ଗ୍ରାମ ପଞ୍ଚାୟତ ଅଫିସରେ ସରପଞ୍ଚ ଚିରଞ୍ଜିବୀ ଗୌଡିଆ, ନର୍ଲା ଯୁକ୍ତ ଦୁଇ ମହା ବିଦ୍ୟାଳୟରେ ଅଧ୍ୟକ୍ଷା ପୁଷ୍ପଲତା କର, ଡିଗ୍ରୀ କଲେଜରେ ଅଧ୍ୟକ୍ଷ ନାରାୟଣ ନାଏକ, ନର୍ଲା ଥାନାରେ ଆଇଆଇସି ରେଣୁକା ସୁନା, ନର୍ଲା ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଶାଖାର ପରିଚାଳକ ଖଗେଶ୍ୱର ଭୋଇ ପତାକା ଉତ୍ତୋଳନ କରିଥିଲେ । ନର୍ଲା ବିଇଓ ଅଫିସରେ ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ନର୍ଲା ରେତ୍ କ୍ଷୁଦ୍ର ଜଳସେଚନ ଅଫିସରେ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ଦଳେଇ, ପେସିଫିକ ପବ୍ଲିକ ସ୍କୁଲରେ ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଶାନ୍ତ ନାଏକ, ମାଉଣ୍ଟେନ କିଡ୍ସ ଇଂଲିସ ମିଡିୟମ ସ୍କୁଲରେ ଚେୟାରମେନ ନବୀନ କିଶୋର ଦାସ, ରାକ୍ସି ପଞ୍ଚାୟତଠାରେ ସରପଞ୍ଚ ଚନ୍ଦ୍ରମାଁ ଧଙ୍ଗଡାମାଝୀ, ରୁପ୍ରାରୋଡ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଚିତ୍ତରଂଜନ ରଣା, ସର୍ଗିଗୁଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ନରସିଂହ କୁମାର, ସର୍ଗିଗୁଡା ରେଳବାଇ ଗେଟ ଫାଟକ ନିକଟସ୍ଥ ନର୍ଲା ବିଜେପି କାର୍ଯ୍ୟାଳୟରେ ନର୍ଲା ମଣ୍ଡଳ ସଭାପତି ପଦ୍ମଲୋଚନ ଜାଲ ପତାକା ଉତ୍ତୋଳନ କରିଥିଲେ । ସର୍ଗିଗୁଡା ଜୟଦୁର୍ଗା ସ୍ପୋର୍ଟିଂ କ୍ଲବରେ ଯୁବ ନେତୃତ୍ୱ ପ୍ରମୋଦ କୁମାର ରାଉତ (ନୀଲୁ) ପତାକା ଉତ୍ତୋଳନ କରିଥିଲେ । ନର୍ଲା ଫରେଷ୍ଟ ଅଫିସ ରେ ବନପାଳ ଭବାନୀ ନାଏକ, ନର୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଅଜୟ କୁମାର ନାଏକ ପତାକା ଉତ୍ତୋଳନ କରିଥିଲେ । ସମସ୍ତ ସ୍କୁଲ, କଲେଜ ରେ ଏଥର କରୋନା କଟକଣା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ସାମିଲ ନକରି କେବଳ ପ୍ରଧାନ ଶିକ୍ଷକ/ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷମାନେ ପତାକା ଉତ୍ତୋଳନ କରିଥିଲେ । ନର୍ଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବିଡିଓ ଦାଇତ୍ୱରେ ରହିଥିବା ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ପତାକା ଉତ୍ତୋଳନ କରିଥିଲେ । ସେହିଭଳି ନର୍ଲା ତହସିଲ ଅଫିସରେ ମଧ୍ୟ ତହସିଲଦାର ଶ୍ରୀ ତ୍ରିପାଠୀ ପତାକା ଉତ୍ତୋଳନ କରିଥିବା ବେଳେ ନର୍ଲାର ଜବାହର ନବୋଦ୍ଦୟ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ନର୍ଲାରେ ପ୍ରଧାନ ଶିକ୍ଷକ ମାନେ ପତକା ଉତ୍ତୋଳନ କରିଥିଲେ । ସେହିଭଳି ରୁପ୍ରାରୋଡ ଠାରେ ମାରୱାଡି ଯୁବାମଞ୍ଚ ଓ ମାରୱାଡି ସମ୍ମେଳନର ମିଳିତ ସାଧାରଣତନ୍ତ୍ର ଦିବସରେ ସମ୍ମେଳନର ଉପ ସଭାପତି ପ୍ରଦୀପ କୁମାର ଅଗ୍ରୱାଲ ପତାକା ଉତ୍ତୋଳନ କରିଥିଲେ । ନର୍ଲାର ବିଭିନ୍ନ ଅନୁଷ୍ଠାନ ଗୁଡିକରେ ମଧ୍ୟ କୋଭିଡ ଗାଇଡ ଲାଇନ ଅନୁଯାୟୀ ୭୩ ତମ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.