ନର୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳନ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ୭୩ ତମ ସାଧାରଣତନ୍ତ୍ର ଦିବସ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନର୍ଲା ପରିସରରେ ପାଳିତ ହୋଇଯାଇଛି । ଆଜି ସକାଳ ଘ.୮.୩୦ ମି.ସମୟରେ ଶିଶୁ ମନ୍ଦିର ର ଯୁଗ୍ମ-ସମ୍ପାଦକ ଅଜୟ କୁମାର ନାଏକ ଭାରତ ମାତା ପୂଜନ ସହ ପତାକା ଉତ୍ତୋଳନ କରି ଆଜି ଦିନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକ ଆଜିର ଦିବସର ଐତିହାସିକ ପୃଷ୍ଠଭୂମି ଓ ସ୍ବାଧୀନ ଭାରତ ବର୍ଷର ଗାଥା ସମ୍ବନ୍ଧରେ ଆଲୋକ ପାତ କରିଥିଲେ । ସମସ୍ତ ଗୁରୁମା ଗୁରୁଜୀ ଆରତୀ ଗାନ ପୂର୍ବକ ପୂଜାର୍ଚ୍ଚନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.