ଲାଞ୍ଜିଗଡ଼ରେ ବ୍ଲକର ବିଭିନ୍ନ ସ୍ଥାନରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ କୋଭିଡ଼ ନିର୍ଦ୍ଦେଶାବଳୀ ଅନୁସାରେ ବ୍ଲକର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଯୋଗଦେଇ ପ୍ରଥମେ ବ୍ଲକ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ, ପରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟଳୟ ଏବଂ ବିଶ୍ଵନାଥପୁର ଗୋପବନ୍ଧୁ ସ୍କୁଲ ଖେଳ ପଡ଼ିଆ ନାଗରିକ ମଞ୍ଚ ଠାରେ ମଧ୍ୟ ଶ୍ରୀ ମିଶ୍ର ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମିଶ୍ର ବ୍ଲକ ବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କ ଅଭିଭାଷଣରେ ଭାରତ ବର୍ଷର ଯେଉଁ ମହାପୁରୁଷ ମାନେ ସମ୍ବିଧାନ ରଚନା କରିଥିଲେ ଏବଂ ଜାତୀୟ ସ୍ୱାଧିନତା ସଂଗ୍ରାମରେ ଯେଉଁ ମହାମନିଷୀମାନେ ଦେଶ ତଥା ଜାତି ଉଦ୍ଦେଶ୍ୟରେ ନିଜ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି, ସେମାନଙ୍କ ଅବଦାନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଭିନ୍ନତା ଭିତରେ ଏକତା, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଭିତରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଆମ ସମ୍ବିଧାନର ଏକ ଗୁରୁତ୍ୱପୂର୍ଣ୍ଣ ଆଦର୍ଶ । ଭାରତର ଏକତା ଓ ଅଖଣ୍ଡତା ଅନ୍ୟ କୌଣସି ବି ରାଷ୍ଟ୍ର ସହ ତୁଳନା କରାଯାଇ ନପାରେ, ସେଥିପାଇଁ ଆମେ ଗର୍ବିତ ବୋଲି ପ୍ରକାଶ କରିବା ସହ ଭାରତ ବର୍ଷର ଏହି ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସମସ୍ତ ଭାରତୀୟଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ । କରୋନା ମହାମାରୀ ପ୍ରକୋପ ଆଜି ବି ସାରା ଦେଶରେ ସଂକଟ ହୋଇରହିଛି ଏବଂ ଏହାର ସଫଳ ମୁକାବିଲା କରିବା ପାଇଁ ଆମ ସମସ୍ତଙ୍କ ଉଦ୍ୟମ ଜାରି ରହିଛି । ସମଗ୍ର ଲାଞ୍ଜିଗଡ଼ ବ୍ଲକ ବାସି ସହଯୋଗରେ କରୋନା ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହରକୁ ସଫଳତାର ସହ ମୁକାବିଲା କରାଯାଇଥିଲା ଏବଂ ବର୍ତ୍ତମାନ ଦେଖାଦେଇଥିବା କରୋନା ସଂକ୍ରମଣକୁ ରୋକିବା ଦିଗରେ ବ୍ଲକବାସୀଙ୍କ ଅନୁରୂପ ସହଯୋଗର ଆବଶ୍ୟକତା ଅଛି ବୋଲି ପ୍ରକାଶ କରିବା ସଙ୍ଗେ ସଙ୍ଗେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶା ଅଙ୍ଗନବାଡ଼ି କର୍ମୀ, ଗଣମାଧ୍ୟମର ପ୍ରତିନିଧି, ନର୍ସ, ପୋଲିସ ଓ ସଫେଇ କର୍ମଚାରୀଙ୍କ ଭଳି କୋଭିଡ଼ ଯୋଦ୍ଧାଙ୍କ ସମର୍ପିତ ସେବା ନିମନ୍ତେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ସେହିପରି ସ୍କୁଲ, କଲେଜ, ଥାନା, ତହସିଲ, ଡାକ୍ତରଖାନା, ଅଙ୍ଗନୱାଡ଼ି କେନ୍ଦ୍ର, ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.