ଥୁଆମୂଳ ରାମପୁର, (ଦୁର୍ଗା କୀର୍ତ୍ତି): ଆଜି ସାରା ଦେଶ ପାଳନ କରିଛି ୭୩ ତମ ସାଧାରଣତନ୍ତ୍ର ଦିବସ ସବୁଠି ଉତ୍ସବର ମାହୋଲ, ମହାମାରୀ ଯୋଗୁଁ କୋଭିଡ୍ କଟକଣା ରେ ପାଳିତ ହୋଇଛି ସମାରୋହ। ସେହିପରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରେ ଅନୁଷ୍ଠିତ ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଥୁଆମୂଳ ରାମପୁର ବ୍ଳକର ବେସରକାରୀ ଅନୁଷ୍ଠାନ ଠାରୁ ଆରମ୍ଭ କରି ସରକାରୀ ବିଭାଗ ଯଥା ସ୍ଥାନୀୟ ପୁଲିସ, ବ୍ଳକ କାର୍ଯ୍ଯାଳୟ, ଆଇସଡିଏସ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବ୍ଳକ ଶିକ୍ଷା କାର୍ଯ୍ଯାଳୟ, ସ୍ଥାନୀୟ ପଞ୍ଚାୟତ ସହ ବିଭିନ୍ନ ଦଳୀୟ କାର୍ଯ୍ଯାଳୟ ସମେତ୍ ଅନ୍ଯାନ୍ଯ ଅନୁଷ୍ଠାନ ମାନଙ୍କରେ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।