କବିତା: ସ୍ମୃତିର ଘନ କୁହୁଡି

✒️ଡୁଇଟି ଡେଭିଡ ଫିଲିପ

ସ୍ମୃତିର
ଘନ କୁହୁଡି, ମେଘ୍,
ରିମ୍ ଝିମ୍ ବର୍ଷା ସରିଛି
ଆର୍ଦ୍ର, ମୃଦୁ ମଳୟ ଭିତରେ
ଖୋଜି ଚାଲିଛି ତାର ପ୍ରଥମ ସ୍ପନ୍ଦନ

ଦୂରରୁ ଦିଶୁଛି ଅସ୍ପଷ୍ଟ
ସକାଳର ବିଛୁରିତ ରବି କିରଣ
ଲମ୍ବା ଲମ୍ବା ଘନ ଜଙ୍ଗଲ ଭିତରେ
କଛି ନୁହେଁ ସ୍ପଷ୍ଟ
କହୁଛି
ଇଏ ସେ, ସେ ପ୍ରଥମ ସ୍ପନ୍ଦନ,
ସତ୍ୟ, ଅମାଇକ, ନୟନ

ନା ସିଏ,
ଥପ୍ ଥପ ପାଣି ଖସା ମୁକୁଳା କେଶର ପଛର ଆଭାସ

ନା ସିଏ,
ଖେଳୁ ଖେଳୁ ହାଲ କା ଛୁଆ
ସେ ଥିଲା କ୍ଷଣିକ ସିହିରଣ,
ମନରେ ନେଉଥିଲା ଅନେକ ସମୟ
କୋମଳ କିନ୍ତୁ ଏତେ ପ୍ରଭାବୀ
ଅନେକ ଦିନ ଯାଏ
ଗାଢ଼ ନିଦ ପୁର୍ବେ ଓ ପରେ
ଦୋହଲୁ ଥିଲା ଅଶ୍ବସ୍ତ ଗଛର ପତ୍ର ପରି
ମଳୟ ବସନ୍ତ ପବନ ସରୁନଥିଲା

ବ୍ୟାକୁଳ
ଆଉଥରେ ପାଇବୁ ସେ ସ୍ପନ୍ଦନ ଭରା ସ୍ପର୍ଶ

କିଏ କୋଉଠି ଦେଖା ହେଉଛି ସତ
ସବୁଠି ଲାଗୁଛି
ହଜି ଯାଆନ୍ତି କି ଆଉଥରେ ସେହି
ସ୍ମୃତିର
ଘନ କୁହୁଡି, ମେଘ୍
ରିମ୍ ଝିମ୍ ବର୍ଷା ଭିତରେ
ଆର୍ଦ୍ର, ମୃଦୁ ମଳୟ ଘେରରେ

ତାର
ହିଲ ଷ୍ଟେସନ ର ପ୍ରଥମ
ଗରମ ଚା
ଅମୃତ ନିଶ୍ଚୟ
ଧିରେ ଧିରେ ବାର ବାର ଆସ୍ଵlଦନ
ଜାଣିନି ତାହା କେବେ ହୋଇଥିଲା
ପ୍ରଥମ ଅନୁଭବ

ବ୍ୟବଧାନ ର ଦୀର୍ଘ ସମୟ ରେଖା
ପରମ୍ପରା ଓ ଚଳଣିର ଆକଟ
ସାଜିଛି ଅଚଢା ପାହାଡ
ଚଢ଼ି ହେବନି
ଚଢିଲେ ପହଂଚିବାର ବହୁତ ଆଗରୁ
ଝଡି ପଡ଼ି ଲୀନ ବିଲୀନ ହେବାକୁ ଭୟ

ସ୍ମୃତିର ସେ
ହିଲ ଷ୍ଟେସନ

ସ୍ମୃତିର
ଘନ କୁହୁଡି, ମେଘ୍
ରିମ୍ ଝିମ୍ ବର୍ଷା
ଆର୍ଦ୍ର, ମୃଦୁ ମଳୟ
ଖୋଜି ଚାଲିଛି ମୋର ପ୍ରଥମ ସ୍ପନ୍ଦନ
ଆଶରା ରାସ୍ତା ।

ଲେହାରି ଥାନା
କାଟାପାର
ବିହାର ସରିଫ, ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.