ଭାରସାମ୍ୟ ହରାଇ ବିଲ ଭିତରେ ଓଲଟିଲା କୋଇଲା ବୋଝେଇ ଟ୍ରକ

● ଦେହେଲି-ପିପଳପଡା ଛକରେ ଭୟଙ୍କର ସଡକ ଦୁର୍ଘଟଣା

● ଅଳ୍ପକେ ବର୍ତ୍ତିଲେ ହେଲପର ଓ ଡ୍ରାଇଭର

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବାଗପୁର ପଞ୍ଚାୟତ ଅଧିନସ୍ଥ ପିପଳପଦର ପୂର୍ବ ବୁଲାଣିରେ ଏକ କୋଇଲା ବୋଝେଇ ଟ୍ରକ (ଓଡ଼ି ୨୭ ଏସ ୪୯୬୧) ୨୨ ଚକିଆ ଟ୍ରକ ଭାରସାମ୍ୟ ହରାଇ ଧାନ ବିଲ ଭିତରକୁ ପଶିଯାଇଥିବା ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟା ୫ ଟା ସମୟରେ ଦୁର୍ଘଟଣା ଘଟିଥିବା ବେଳେ କେହି ମୃତାହତ ହୋଇନାହାନ୍ତି । ହେଲେ ଡ୍ରାଇଭରର ଗୋଡ଼ କବାଟରେ ଚାପି ହୋଇ ରହି ଯାଇଥିଲା । ନର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଜନସାଧାରଣଙ୍କ ସହାୟତା ରେ ଜେନେରେଟର ଆଣି କଟର ସାହାଯ୍ୟ ରେ ଡ୍ରାଇଭର ପଟ କବାଟକୁ କାଟି ରାତି ୭.୩୦ ବେଳେ ଡ୍ରାଇଭରକୁ ଉଦ୍ଧାର କରାଇଯାଇଥିଲା । କୋଇଲା ବୋଝେଇ ଗାଡିଟି ବିଶାଖାପାଟଣାରୁ ସମ୍ବଲପୁର ଯାଉଥିଲା ବୋଲି ଜଣାପଡିଛି । ଏହି ବୁଲାଣିରେ ଏହା ପ୍ରଥମ ଘଟଣା ନୁହଁ । ଏହା ପୂର୍ବରୁ ଆଗରୁ ମଧ୍ୟ ଦୁଇଥର ଦୁଇବର୍ଷ ତଳେ ଥରେ ଏବଂ ଗତ ଅଗଷ୍ଟ ମାସରେ ଥରେ ଏଭଳି ଏକ କୋଇଲା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦେହେଲି-ପିପଲପଦର ଏହି ବୁଲାଣିରେ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏଥିପ୍ରତି ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.