ଡା. ରାଧାକାନ୍ତ ସେଠଙ୍କୁ ବିଦାୟକାଳୀନ ସମର୍ଦ୍ଧନା

ଭୁତିଆରବାହାଲ, (ପଞ୍ଚାନନ ଭୋଇ): ଏକ ଭାବବିହ୍ବଳ ପରିବେଶ ମଧ୍ଯରେ ସ୍ଥାନୀୟ ସର୍ବପୁରାତନ ଅନୁଷ୍ଠାନ ଉତ୍କଳମଣି ଯୁବକ ସଂଘ ପରିସରରେ ଡା. ରାଧାକାନ୍ତ ସେଠଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଡା. ସେଠ ହେଉଛନ୍ତି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଭୁତିଆରବାହାଲର ସୁନାମଧନ୍ଯ ଚିକିତ୍ସକ।ଭୁତିଆରବାହାଲରେ ଦୀର୍ଘ ଦିନର ଚାକିରି ଜୀବନ ପରେ ସେ ଜାନୁୟାରୀ ୩୧ ରେ ଅବସର ଗ୍ରହଣ କରିଛନ୍ତି । ଉତ୍କଳମଣି ସଂଘ ତରଫରୁ ଏକ ବିଦାୟକାଳୀନ ସଭାରେ ନୂତନ ସେଠ, ଡିଗେଶ୍ବର ଭୋଇ, ପ୍ରସନ୍ନ ପୁଟେଲ, ହର ଭାଟୀ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ଡା. ସେଠଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହା ପରେ ଏକ ସଭା ଅନୁଷ୍ଠିତ ହୋଇ ଡା. ସେଠଙ୍କ ଲୋକଙ୍କ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା, ଭଲପାଇବା ଗଭୀରଭାବେ ଥିଲା ବୋଲି ଗ୍ରାମର ବରିଷ୍ଠ ନାଗରିକ ତଥା ଗୁରୁ ରବିରାମ ଦାସ ଆଲୋକପାତ କରିଥିଲେ । ପରେ ଡା. ସେଠ ଆଖି ଛଳଛଳ ହୋଇ ଭୁତିଆରବାହାଲରେ ଥିବା ସୃତି ସବୁ ବଖାଣିଥିଲେ । ସଭାର ସଭାପତି ପଞ୍ଚାନନ ଭୋଇ ସରକାରୀ ଭାବେ ଆପଣଙ୍କୁ ବିଦାୟ ଦିଆଯାଉଛି ଡା. ସେଠ ଆପଣ ସବୁବେଳ ହୃଦୟରେ ଓ ଆମ ଗାଁ ସହ ସର୍ବଦା ରହିଥିବେ ବୋଲି ମତ ପ୍ରକାଶ କରିଥିଲେ । ପରେ ନୂତନ ସେଠ ଧନ୍ଯବାଦ ଅର୍ପଣ କରିଥିଲେ । ଡା. ସେଠ ଜଣେ ମିଷ୍ଠଭାଷୀ, ରୋଗୀବତ୍ସଳ, ମେଳାପୀ, ପରୋପକାରୀ, ପ୍ରକୃତିପ୍ରେମୀ ଭାବେ ଏ ଅଞ୍ଚଳରେ ଖ୍ଯାତ। ଏହି ସଭାରେ ଲଲିତ ବାଗ, ମୁକୁନ୍ଦ ଭୋଇ, ଚିତ୍ତରଞ୍ଜନ ଭୋଇ, ବେଣୁଧର ନାଏକ, କୈଳାସ ଚନ୍ଦ୍ର ଭୋଇ, ମନୋଜ ଭୋଇ, ରଞ୍ଜନ ନାଏକ, ମୁକେଶ ନାଏକ, ସର୍ଣ ଭାଟି, ମୁକେଶ ପୁଟେଲ, ଭଗବାନ ପୁଟେଲ, ଅଖଣ୍ଡ ଭୋଇ, ସ୍ବାଧୀନ ନାଏକ, ଆଶିଷ ବାଗ, ସଂଜୀବ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.