ଜାମପଦର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ମୁଣ୍ଡ ଓ ଆଣ୍ଠୁ ଫାଟି ଛାତ୍ର ଆହତ, ଦୁଇ ବାଇକ ଆରୋହୀ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଜାମପଦର ନିକଟରେ ଆଜି ଦିବା ୧୨.୩୦ ସମୟରେ ଏକ ବାଇକ ଜଣେ ଛାତ୍ରକୁ ମଡେଇ ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଖବରରୁ ଜଣାପଡିଛି ଯେ ଟୁଣ୍ଡଲା ଗ୍ରାମର ପିଣ୍ଟୁ ସା (୨୬) ଓ ନୀରଜ ପଧାନ (୪୦) ନାମକ ଦୁଇଜଣ ବ୍ୟକ୍ତି ଟୁଣ୍ଡଲାରୁ ବଜାଜ ପଲସର ବାଇକ ଯୋଗେ ଅତି କ୍ଷୀପ୍ର ଗତିରେ ଭବାନୀପାଟଣା ଅଭିମୁଖେ ଯାଉଥିଲେ । ନର୍ଲା ବ୍ଲକ୍ ଅଧିନସ୍ଥ ଜାମପଦର ନିକଟରେ ଛତ୍ରୀଆ ନାମକ ଏକ ୧୧ ବର୍ଷର ଛାତ୍ର ରାସ୍ତା କଡରେ ସାଇକେଲ ଚଳାଉଥିଲା । ବାଇକ ଚାଳକ ଭାରସାମ୍ୟ ହରାଇ ଛାତ୍ର ଜଣକୁ ପିଟି ଦେବାରୁ ଛାତ୍ର ଜଣକ ରାସ୍ତା କଡକୁ ସାଇକେଲ ସହ ଖୁବ୍ ଯୋରରେ ଛିଟିକି ପଡି ଗୁରୁତର ହୋଇଥିଲେ । ବାଇକ ଆରୋହୀ ଦୁଇଜଣ ମଧ୍ୟ ଖୁବ୍ ଯୋରରେ କଚାଡି ହୋଇ ରାସ୍ତା କଡକୁ ପଡିଯାଇଥିଲେ । ଫଳରେ ବାଇକ ଚାଳକ ପିଣ୍ଟୁ ଓ ଆରୋହୀ ନୀରଜଙ୍କ ମୁଣ୍ଡ, ଛାତି, ଆଣ୍ଠୁ, ଓଠ, ଆଖିପଡା ରେ ଗୁରୁତର ଆଘାତ ଲାଗିଥିବା ଦେଖିବାକୁ ମିଳୁଛି । ଆହତ ତିନିଜଣଙ୍କୁ ନର୍ଲା ଡାକ୍ତରଖାନା ଆଣି ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି । ନର୍ଲା ଡାକ୍ତରଖାନା ଚିକିତ୍ସା ଦାଇତ୍ୱରେ ରହିଥିବା ଉଲିକୁପା ଆୟୁଷ ଡାକ୍ତର ସୁଶ୍ରୀ ଅମୀଶା ପାଣ୍ଡେ ବାଇକ ଆରୋହୀ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଉଥିବା ସୂଚନା ଦେଇଛନ୍ତି । ବାଇକ ଆରୋହୀ ପ୍ରଚୁର ମଦ୍ୟପାନ କରି ଗାଡି ଚଳାଉଥିଲେ ଫଳରେ  ଜଣେ ନିରୀହ ଛାତ୍ର ଏହି ଦୁର୍ଘଟଣାର ଶୀକାର ହୋଇଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.