ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ସାଇମନ ଦାଶଙ୍କ କୃତିତ୍ୱ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ୪୨ ମୌଜା ଉପକଣ୍ଠ ଶ୍ରୀରାମ ଦଧିବାମନପୁର ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଶ୍ରୀମାନ ସାଇମନ ଦାଶ ୨୦୨୦-୨୦୨୧ ଶିକ୍ଷାବର୍ଷ ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଭଲ ନମ୍ବର ରଖି କୃତିତ୍ଵର ସହ ଗୌରବ ଅର୍ଜନ କରିଛନ୍ତି । ସେ ପିତା ପ୍ରସନ୍ନ ଦାସ ମାତା ଝିଲି ଦାସଙ୍କ ସୁପୁତ୍ର ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଅଧ୍ୟାପକ ବିଜୟ ପାତ୍ର ଓ ସମ୍ପାଦକ ରବୀନ୍ଦ୍ର କୁମାର ଦେବତା, ବିଦ୍ୟାନ୍ଦିରର ପ୍ରଧାନ ଆଚାର୍ଯ୍ୟା ମିନତି ନାୟକ, ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଗୀତାଞ୍ଜଳି ଆଚାର୍ଯ୍ୟ ଓ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ମାନେ ତାର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.