ରାୟଗଡା ପୈାର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିନ: ୫ଜଣ କାଉନସିଲର ସମେତ ପୈାରାଧ୍ୟକ୍ଷ ପାଇଁ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ପୈାର ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିନରେ ପୈାରାଧ୍ୟକ୍ଷ ପାଇଁ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ୪ଜଣ କାଉନସିଲର ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାୟଗଡା ପୈାରାଧ୍ୟକ୍ଷ ପାଇଁ ଚତୁର୍ଥ ଦିନରେ ରାୟଗଡା ସହରର ଗୈାତମ ନଗର ପଂଚମ ଲାଇନରେ ରହୁଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସି.ବି.ଏନ.ମୂର୍ତି ସ୍ୱାଧୀନ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏଥି ପୂର୍ବରୁ ଗତ ୩ ତାରିଖ ଦିନ ରାମା ଟକିଜ୍ ନିକଟରେ ରହୁଥିବା ସଦାଶିବ ତିପାଠୀ ମଧ୍ୟ ପୈାରାଧ୍ୟକ୍ଷ ପଦବୀ ପାଇଁ ସ୍ୱାଧୀନ ଭାବେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ଚତୁର୍ଥ ଦିନ ସୁଦ୍ଧା ଏହି ସଂଖ୍ୟା ୨ରେ ପଂହଚିପାରିଛି । ସେହିପରି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଗତ ୨ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ତୃତୀୟ ଦିନ ପର୍ଯ୍ୟନ୍ତ କାଉନସିଲର ପଦବୀ ପାଇଁ କୈାଣସି ପ୍ରାର୍ଥୀ ନିଜ ମନୋନୟନ ପତ୍ର ଦାଖଲ କରି ନ ଥିଲେ । ତେବେ ଚତୁର୍ଥ ଦିନରେ ୱାର୍ଡ ନମ୍ବର ୨୨ରୁ ରାମକୃଷ୍ଣ ଚିଟୁରୀ, ୱାର୍ଡ ନମ୍ବର ୧୬ରୁ କଂଗ୍ରେସ ପ୍ରାର୍ଥୀନୀ ଶ୍ରୀମତି ସଂଯୁକ୍ତା କୁମାରୀ ମିଶ୍ର, ୱାର୍ଡ ନମ୍ବର ୯ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଶ୍ୱରାଜ ଛିଂଛାଣୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୱାର୍ଡ ସଂଖ୍ୟା ୫ର ହରିଜନ ସାହିରୁ ବିଜେପି ସମର୍ଥିତ ପ୍ରାର୍ଥୀ ଚନ୍ଦ୍ରଶେଖର ପାଲକା ଓ ୱାର୍ଡ ସଂଖ୍ୟା ୨୪ର ଆମ୍ବାଗୁଡାରୁ ଗୋବିନ୍ଦ ନାଗ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ୱାର୍ଡ ସଂଖ୍ୟା ୧ ଠାରୁ ୪, ୬ ଠାରୁ ୮, ୧୦ରୁ ୧୫, ୧୭ରୁ ୨୧ ଓ ୨୩ ୱାର୍ଡ ପାଇଁ କୈାଣସି ମନୋନୟନ ପତ୍ର ଦାଖଲ ହୋଇନଥିବା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ର୍ରଧାନ ପ୍ରକାଶ କରିଛନ୍ତି । ଅପରପକ୍ଷେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଉ ମାତ୍ର ଦୁଇ ଦିନ ବାକି ରହିଥିବାରୁ ୬ ଓ ୭ତାରିଖରେ ଅନେକ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି । ଶାସକ ବିଜେଡି ଦଳ ତରଫରୁ ଏଯାବତ୍ କେହି ପ୍ରାର୍ଥୀ ଉଭୟ କାଉନସିଲର ଓ ଅଧ୍ୟକ୍ଷ ପଦବୀ ପାଇଁ ନିଜ ପ୍ରାର୍ଥୀପତ୍ର ଦାଖଲ କରି ନ ଥିବା ବେଳେ ବିଜେପି ଓ କଂଗ୍ରେସ ସମର୍ଥିତ କାଉନସିଲରମାନେ କେବଳ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପୈାରାଧ୍ୟକ୍ଷ ପଦବୀ ପାଇଁ ବିଜେପି ପକ୍ଷରୁ ଆଇନଜୀବୀ ପଦ୍ମନାଭ ଦାସ (ଟୁଟୁ) ନିଜ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଥିବା ବେଳେ କଂଗ୍ରେସ ଓ ବିଜେଡି ପକ୍ଷରୁ କେଉଁ ପ୍ରାର୍ଥୀଙ୍କୁ ଟିକଟ ଦିଆଯିବ ତାହା ଏଯାବତ୍ ଜଣାପଡିନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.