୧ କୋଟି ୫ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ ପ୍ରସଙ୍ଗ…

ସର୍ଗିଗୁଡା ମାଣିକେଶ୍ୱରୀ ମିଲ ମାଲିକଙ୍କ ନାମରେ ନୋଟିସ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ରେଳବାଇ ଗେଟ ଫାଟକ ନିକଟରେ ରହିଥିବା ମାଣିକେଶ୍ୱରୀ ଧାନ ମିଲ୍ ମାଲିକ ମନୋଜ କୁମାର ବଂସଲ ୧ କୋଟି ୫ ଲକ୍ଷ ୭୯ ହଜାର ୮୫୮ ଟଙ୍କା ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ନେଇ ଶ୍ରୀ ବଂସଲଙ୍କ ନାମରେ ନୋଟିସ୍ ଜାରି କରିଛି ଯୋଗାଣ ବିଭାଗ । ଗତ ୨୦୦୯/୨୦୧୦ ରେ ରାଜ୍ୟ ଯୋଗାଣ ବିଭାଗ ଡିଏମ୍ ଙ୍କ ସହ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ୨୪ ନଭେମ୍ବର ୨୦୦୯ ରେ ହୋଇଥିବା ଚୁକ୍ତି ଅନୁଯାୟୀ ସର୍ଗିଗୁଡା ମାଣିକେଶ୍ୱରୀ ରାଇସ ମିଲ ମାଲିକ ଶ୍ରୀ ବଂସଲ ୨୭,୩୦୯.୭୯ କ୍ୱିଣ୍ଟାଲ ଧାନ ଉଠାଇଥିଲେ କଷ୍ଟମ ମିଲିଂ ପାଇଁ । ଚୁକ୍ତି ଅନୁଯାୟୀ ସରକାରଙ୍କୁ ୧୮,୫୭୦.୮୫ କ୍ୱିଣ୍ଟାଲ ଚାଉଳ ଦେବାକଥା । ହେଲେ ସମୁଦାୟ ୧୩୪୮୯.୮୯ କ୍ୱିଣ୍ଟାଲ ଚାଉଳ ହିଁ ଦେଇଥିବା ବେଳେ ୫୦୮୦.୭୬ କ୍ୱିଣ୍ଟାଲ ଚାଉଳ ଦେଇନାହାନ୍ତି ମିଲ ମାଲିକ । ଯାହାର ବଜାର ମୂଲ୍ୟ ୧,୦୫,୭୯,୮୫୮ ଟଙ୍କା ଭରଣା ପାଇଁ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ତରଫରୁ ଫାଇଲ ନଂ- ଏଲଏସ(ଏଲ)୧୩୩/୨୦୧୪, ପତ୍ର ସଂ ୩୪୦୩ ତା.୨୫/୨/୨୦୨୨ରେ ଏକ ନୋଟିସ୍ ଜାରୀ କରିଛି । ଟଙ୍କା ଆତ୍ମସାତ ପ୍ରସଙ୍ଗକୁ ନେଇ ତା.୧/୩/୨୦୧୭ ରେ ବିଭାଗ ହାଇକୋର୍ଟରେ କେସ୍ ଦାଏର କରିଛି । ଟଙ୍କା ଆତ୍ମସାତ ନେଇ ଦୀର୍ଘ ୧୧ ବର୍ଷ ଅତିକ୍ରାନ୍ତ ହୋଇସାରିଥିବା ବେଳେ ଆମରସାତ କରାଯାଇଥିବା ଟଙ୍କା ମିଲ ମାଲିକ ଶୀଘ୍ର ଭରଣା କରିଦିଅନ୍ତୁ । ଅନ୍ୟଥା ଓପିଡିଆର ରିକଭରି ଏକ୍ଟ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ବିଭାଗ ମିଲ ମାଲିକଙ୍କୁ ନୋଟିସ୍ କରାଯାଇଥିବା ଜଣାପଡିଛି । ଏ ବିଷୟରେ କଳାହାଣ୍ଡି ସିଏସଓ ଙ୍କ ମତାମତ ଜାଣିବାକୁ ଚାହିଁବାରୁ ସେ କହିଲେ ମାଣିକେଶ୍ୱରୀ ମିଲ ମାଲିକ ନାମରେ ନୋଟିସ୍ ଆସିଛି । ଏଭଳି ଚିଠି ଆଗରୁ ମଧ୍ୟ ଉକ୍ତ ମିଲ ମାଲିକ ନାମରେ ଆସିଛି । ହେଲେ ଅର୍ଥ ଅସୁଲି ପାଇଁ ବିଭାଗ କଣ ପଦକ୍ଷେପ ନେବ ତା ତ କହି ହେବ ନାହିଁ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.