କୁଟୁଡୁଘାଟିରୁ ୨୦୦ ମିଟର ତଳକୁ ଖସିଲା ବେଦାନ୍ତ ଆମ୍ବୁଲାନ୍ସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବେଦାନ୍ତର ଏକ ଆମ୍ବୁଲାନ୍ସ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଆଧାରରେ ଆଜି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀଙ୍କୁ ଛାଡ଼ି ଭଟାଙ୍ଗପଦର-ମୁଷାନାଳ ରାସ୍ତା ଦେଇ ଲାଞ୍ଜିଗଡ଼ ଫେରୁଥିବାବେଳେ କୁଟୁଡୁଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଆମ୍ବୁଲାନ୍ସଟି ଖସିପଡ଼ିଛି । ଦୁଇଶହ ମିଟର ଘାଟି ତଳକୁ ଆମ୍ବୁଲାନ୍ସ ଖସି ପଡ଼ିଥିବାବେଳେ ଏଥିରେ ଅଳ୍ପକେ ଡ୍ରାଇଭର ଜଣକ ବର୍ତ୍ତି ଯାଇଛନ୍ତି । ଆଜି ଅପରାହ୍ନରେ ବେଦାନ୍ତ ଆମ୍ବୁଲାନ୍ସଟି ରୋଗୀଙ୍କୁ ନେଇ ଭବାନୀପାଟଣା ଯାଇ ସେଠାରୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ତେବେ ସନ୍ଧ୍ୟା ସମୟ ହୋଇଥିବାରୁ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସଟିକୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ପାରିନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.