କେସିଙ୍ଗା ଏନ୍ଏସି ସ୍ତରୀୟ ସେଚ୍ଛାସେବୀ ସହାୟକ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ବ୍ଲକ ସାକ୍ଷାରତା ମିଶନ୍ କେସିଙ୍ଗା ପକ୍ଷରୁ ଏନ୍ଏସି ସ୍ତରୀୟ ସେଚ୍ଛାସେବୀ ସହାୟକ ତାଲିମ ଶିବିର ତଥା ପଢନା ଲିଖନା ଅଭିଯାନ କେସିଙ୍ଗା ବୋରିଙ୍ଗପଦର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯାନ ଦୁଇ ଦିନ ଧରି ଚାଲିଥିବା ବେଳେ ଉଦଘାଟନୀ ଉତ୍ସବରେ କେସିଙ୍ଗା ବିଇଓ ବବୃ ବାହନ ପ୍ରଧାନଙ୍କ ସଭାପତିତ୍ବରେ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରା ଏବଂ ସମ୍ମାନିତ ଅତିଥି ଭାବେ ଏବିଇଓ ସୀମାଞ୍ଚଳ ବୁଦ୍ଧିଆ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ପଢନା ଲିଖନା ଅଭିଯାନକୁ ସଫଳ କରିବା ପାଇଁ ଉତ୍ସାହିତ କରିଥିଲେ । ଏହି ପ୍ରଶିକ୍ଷଣ ଶିବିର ରେ ମୋଟ ୮୯ ଜଣ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । କେସିଙ୍ଗା ଏନ୍ଏସି କ୍ଲଷ୍ଟର ସିଆରସିସି ଚନ୍ଦ୍ରଧ୍ବଜ ନାଗଙ୍କ ମଞ୍ଚ ପରିଚାଳନାରେ ଉଦଘାଟନୀ ସମାରୋହରେ ସିଆରସିସି ଦିଲୀପ କୁମାର ପ୍ରଧାନ, ସଞ୍ଜିବ କୁମାର ଭୋଇ, ଚୁଡ଼ାମଣି ମହଲା ପ୍ରମୁଖ ପ୍ରଶିକ୍ଷଣ ର ସାଧନ କର୍ମୀ ଭାବେ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.