ବିଭବ ସାହିତ୍ୟ ପରିଷଦର କବିତା ଆସର

ଓଡ଼ିଆ ବାର୍ତ୍ତା/ ଯାଜପୁର: ବିରଜା କ୍ଷେତ୍ର ଯାଜପୁର ମାଟିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବିଭବ ସାହିତ୍ୟ ପରିଷଦ ତରଫରୁ ଆଭାସୀ ମାଧ୍ୟମରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁରର ଯୁବ ପ୍ରତିଭା ଶକୁନ୍ତଳା ପରିଡ଼ା, ଢେଙ୍କାନାଳରୁ ପ୍ରିୟବ୍ରତ ପରିଡ଼ା, ଯାଜପୁରର ମୁକ୍ତିରାଣୀ ଦେବତା ଓ ଅଙ୍କିତ କୁମାର ସ୍ବାଇଁ ଏବଂ ଗଞ୍ଜାମରୁ ପ୍ରିୟଦର୍ଶିନୀ ମହାପାତ୍ର ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ । ଇତି ଅବସରରେ ମୁଖ୍ୟ ଅତିଥି କବି ପ୍ରତିଭା ବିଶ୍ୱେଶ୍ଵର ମାଝୀ ଏବଂ ସମ୍ମାନୀତ ଅତିଥି ଭାବେ ସାଗର କୁମାର ପରିଡ଼ା ଯୋଗଦାନ କରି କବିତା ଗୁଡ଼ିକର ସମୀକ୍ଷା କରିଥିଲେ । ମୁଖ୍ୟ ସମ୍ପାଦକ ହୃଦୟ ରଞ୍ଜନ ପରିଡ଼ାଙ୍କ ସମ୍ପାଦନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକା ପ୍ରଣତି ମହାପାତ୍ର, ବୈଜ୍ଞାନିକ ଅରୁଣ କୁମାର ମହାପାତ୍ର, ଡ଼ଃ. ମୃତ୍ୟୁଞ୍ଜୟ ସାହୁ, ଜିତେନ୍ଦ୍ର ଗିରି, ମନୋଜ କୁମାର ପଣ୍ଡା, ରାଜଗୁରୁ ସିୟ, ରଞ୍ଜନ କୁମାର ମହାନ୍ତି, ସନ୍ତୋଷ କୁମାର ପଣ୍ଡା, ଶିବ ସେଠି, ତପସ୍ୱିନୀ ଦାସ ଷଢଙ୍ଗୀଙ୍କ ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସାହିତ୍ୟ ପ୍ରେମୀ ତଥା ସାହିତ୍ୟିକ ମାନେ ଯୋଗଦାନ କରିଥିଲେ । ଆସର ପ୍ରାରମ୍ଭରେ ଯାଜପୁରର ଯୁବ କଣ୍ଠଶିଳ୍ପୀ ସୁଶ୍ରୀ ଶିବାନୀ ନାଥ ପ୍ରାରମ୍ଭ ଭଜନ ଗାଇଥିଲେ । ଯୁବ କବୟିତ୍ରୀ ସୁଶ୍ରୀ ପୂଜାରାଣୀ ନାୟକ ଏବଂ ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଆସରର ସଂଯୋଜନା କରିଥିଲାବେଳେ ଯୁବ ଉପସ୍ଥାପିକା ତଥା କବୟତ୍ରୀ ସୁଶ୍ରୀ ସୋନାଲି ସ୍ୱପ୍ନା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସାହିତ୍ୟିକ ହୃଦୟ ରଞ୍ଜନଙ୍କ ଶାନ୍ତିପାଠ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା ‌।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.