ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କୋଠଘର ଆମ ସାହିତ୍ୟି ପରିବାରର ପ୍ରତିଷ୍ଠାତା ସମ୍ପାଦିକା ତଥା ସୁଲେଖିକା ଅମ୍ବିକା ସ୍ବାଇଁଙ୍କ ପରିଚାଳନାରେ ଇନ୍ଦିରାଗାନ୍ଧୀ ପାର୍କର ମନୋଜ୍ଞ ପରିବେଶରେ ସାହିତ୍ୟସଭା କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମ୍ପାଦିକା କବି ସବିତାରାଣୀ ବେହେରା, ବିଶିଷ୍ଟ ଲେଖିକା ଡ଼ଃ ସୁଷମା ମିଶ୍ର, ଭାଷା ବିଜ୍ଞାନୀ ଡ଼ଃ ଦେବାଶିଷ ମହାପାତ୍ର ପ୍ରମୁଖ ନିଜର ବକ୍ତବ୍ୟ ରଖି ସ୍ୱାଭାବିକ ଓ ସ୍ବତସ୍ପୃର୍ତ୍ତ ରଚନା ହିଁ ସାହିତ୍ୟ । ଏହା ଜୀବନକୁ ମଧୁର ଓ ଆନନ୍ଦମୟ କରେ ବୋଲି ମତପ୍ରକାଶ କରିଥିଲେ । କବି ଚମକ ଚାନ୍ଦିନୀ ଦାଶଙ୍କ ସଂଯୋଜନାରେ ପ୍ରଶାସିକା ମମତା ବାରିକ, ସୌଦାମିନୀ ବେହେରା, ଚିତ୍ରା ମିଶ୍ର, ଭାରତୀ ପରିଡ଼ା, ଜୟଶ୍ରୀ ପଟ୍ଟନାୟକ, ମଞ୍ଜୁ ଲତା ସିଂ, ଗାୟତ୍ରୀ ତ୍ରିପାଠୀ, ଅଶାଲତା ଦୀକ୍ଷିତ ଡ଼ଃ ଅସିତ ଦାସ, ଆଶୁତୋଷ ମେହେର, ପ୍ରୀତିରଞ୍ଜନ ନାୟକ, ସୁଜାତା ରାଉତ, ରଶ୍ମି ସାମଲ, ସଂଯୁକ୍ତା ପରିଡା ଇତ୍ୟାଦି କବିତା ପାଠ କରିଥିଲେ । ଶେଷରେ ସଂଗଠନର ସଭାପତି ପ୍ରଦୀପ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।