ଦ୍ଵି ଦିବସିୟ ଦିବାରାତ୍ର ମା ଦଣ୍ଡପାଟଆଣି ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଫୁଫଗା ଠାରେ ମା ଦଣ୍ଡପାଟିଆଣି ଭଲିବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ, ମୁଖ୍ୟବକ୍ତା ଭାବେ ଗଙ୍ଗାଧର ଜାଲ, ଆୟୋଜକ ଖେଳର ସଭାପତି ତଥା ନବ ନିର୍ବାଚିତ ଫୁଫଗା ସରପଞ୍ଚ ଗଜାନନ ପୁଝାରି, ସମ୍ମାନିତ ଅତିଥି ଭାବେ ଫୁଫଗା ସମିତି ସଭ୍ୟ ରାଜୀବ ଅଗ୍ରୱାଲ, ଯୁବ ସମାଜସେବୀ ପ୍ରଣବ ବେହେରା, ସୁରେନ୍ଦ୍ର କୁମାର ଜାଲ, ବିନୋଦ ବିହାରି ନାଏକ, ବରିଷ୍ଠ ଶିକ୍ଷକ ଲକ୍ଷ୍ମଣ ପଟେଲ, କେତନ ପାତ୍ର, ବିଷ୍ଣୁ ନାଏକ ପୂର୍ବତନ ସରପଞ୍ଚ କୀର୍ତ୍ତନ ଶବର, କସ୍ତୁରୀ ଛାତ୍ରୀଆ ମଞ୍ଚ ରେ ଉପସ୍ଥିତ ରହି ସେମି ଫାଇନାଲ ଓ ଫାଇନାଲ ଖେଳରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଭଲିବଳ ଫାଇନାଲ ଖେଳ କୋକସରା ବନାମ ବରଗଡ଼ ଜିଲ୍ଲାର ଗଣ୍ଡପାଲି ଦଳ ମଧ୍ୟରେ ସଙ୍ଘର୍ଷପୂର୍ଣ୍ଣ ଓ ରୋମାଞ୍ଚକର ହୋଇଥିଲା । ଫାଇନାଲ ଖେଳକୁ ମ୍ୟାଚ ରେଫରି ଜ୍ଞାନେନ୍ଦ୍ର କୁମାର ବଢ଼େଇ ଓ ଅମିତ ମହାନ୍ତି ପରିଚାଳନା କରିଥିଲେ । ଫାଇନାଲ ଖେଳ ସଂଘର୍ଷରେ ୩/୨ ସେଟରେ ଗଣ୍ଡପାଳିକୁ ହରାଇ କୋକସରା ଦଳ ମ୍ୟାଚ ବିଜେତା ହୋଇଥିଲେ । ଉଭୟ ବିଜେତା କୋକସରା ଓ ଉପ ବିଜେତା ଗଣ୍ଡପାଳି ଦଳକୁ ଉପସ୍ଥିତ ଅତିଥି ମାନେ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଅନୁଷ୍ଠିତ ଭଳିବଳ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳ ରେ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା ଶିକ୍ଷକ ବୈକୁଣ୍ଠ ଜାଲ କରିଥିବା ବେଳେ ଖେଳ ର କମେଣ୍ଟ୍ରି ମୌଶୁମିକାନ୍ତ ପଟେଲ, ଭୁପେଶ ନିଆଲ କରିଥିବା ବେଳେ ଧନ୍ୟବାଦ ଅର୍ପଣ ସତ୍ୟବ୍ରତ ପଟେଲ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.